୨୪ ଘଣ୍ଟା ମଧ୍ୟରେ ତୃତୀୟ ଥର ପାଇଁ ଗୁଜୁରାଟ ରେ ଭୂକମ୍ପ
ଅହମ୍ମଦାବାଦ: ସୋମବାର ସନ୍ଧ୍ୟାରେ ଗୁଜରାଟର କୁଚ୍ରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ କୁଚରେ ଏହା ହେଉଛି ତୃତୀୟ ଭୂକମ୍ପ । ରବିବାର ରାତି ୮.୧୫ ଠାରୁ ସୋମବାର ଅପରାହ୍ନ ମଧ୍ୟ ରେ ୧୩ ଟି କମ୍ପନ ହୋଇଛି ।
ଭୂତତ୍ତ୍ୱବିତ ବିଶ୍ବାସ କରୁଛନ୍ତି ଯେ ଭୂମିରେ ଥିବା ଉତ୍ତେଜନା ଯୋଗୁଁ ଏହା କମ୍ପନ ସୃଷ୍ଟି କରୁଛି । ଭୂକମ୍ପ ପାଇଁ ଦାୟୀ ପ୍ଲେଟ୍ ପୁଣି ଥରେ ଭୌଗୋଳିକ ଉତ୍ତେଜନା ସୃଷ୍ଟି କରୁଛି । ଗୁଜୁରାଟରେ ଏକ ଭୂକମ୍ପ ବିଷୟରେ ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପନ୍ଦର କିଲୋମିଟର ଦୂରରେ ବୋଲି କୁହାଯାଉଛି। ଲୋକମାନଙ୍କ ମଧ୍ୟ ରେ ଭୟ ଖେଳି ଯାଇଛି । ଏହି ଭୂକମ୍ପ ରେ ଧନ ଜୀବନର କୋଣସି କ୍ଷତି ହୋଇଥିବା ର ଖବର ନାହି ।