ଚେନ୍ନାଇ : ୧୨ ଦିନ ପାଇଁ ପୁଣି ଲକଡାଉନ ଅନୁଷ୍ଠିତ ଓ ଜରୁରୀ ସେବାକୁ ଅନୁମତି

Share this:

ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଜୁନ୍ ୧୯  ରୁ ୩୦ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ଲକଡାଉନ କୋହଳ କୁ ତାମିଲନାଡୁ ସରକାର କଟକଣା ଲାଗୁ କରିବା ପାଇଁ ଚିନ୍ତା କରିଛନ୍ତି । ଏହା ସହ ରାଜ୍ୟ ସରକାର କହିଛନ୍ତି ଯେ ଆସନ୍ତା ରବିବାର ଦିନ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ଚେନ୍ନାଇ ରେ କରୋନା ଜୀବାଣୁ ର ବଢୁଥିବା ମାମଲା ମଧ୍ୟରେ ଏକ ବିଶେଷଜ୍ଞ କମିଟି  ସହିତ ଏକ ମିଟିଂ ପରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି ଯେ ଚେନ୍ନାଇ ଏବଂ ଗ୍ରେଟର ଚେନ୍ନାଇ ପୋଲିସର ଅଧୀନରେ ଥିବା ଅନେକ ଅଞ୍ଚଳରେ ଏହି ଲକଡାଉନ୍ ଲାଗୁ ହେବ। ଏହି ଅଞ୍ଚଳଗୁଡିକ ଥିରୁଭାଲୁର, ଚେଙ୍ଗଲପେଟ୍ ଏବଂ କାଞ୍ଚିପୁରମ୍ ଜିଲ୍ଲାଗୁଡିକରେ ପଡୁଛି ।

ସେ କହିଛନ୍ତି ଯେ ୧୨ ଦିନ ମଧ୍ୟରେ କେବଳ ନିର୍ଦ୍ଦିଷ୍ଟ ସେବା ଓ ଅତ୍ୟାବଶ୍ୟକ ସେବାକୁ ସୀମିତ ଅନୁମତି ଦିଆଯିବ। ସେ କହିଛନ୍ତି ଯେ ପ୍ରସ୍ତାବିତ ଲକଡାଉନ୍ ୧୯ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଲାଗୁ ହେବ ତା ସହିତ ପଡୁଥିବା ଦୁଇଟି ରବିବାର ରେ ସମ୍ପୂର୍ଣ୍ଣ ବନ୍ଦ କାର୍ଯ୍ୟ ଲାଗୁ ହେବ।

Share this: