Ind Vs Eng: ଇଂଲଣ୍ଡ ଇନିଂସ ୮୧ ରନ୍ ରେ ସୀମିତ, ଭାରତକୁ ୪୯ ରନ୍ ର ଟାର୍ଗେଟ

motera-stadium-ind-vs- eng

ଅହମ୍ମଦାବାଦ: ଭାରତ (India) ଏବଂ ଇଂଲଣ୍ଡ (England) ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜ (Test Series) ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ (Narendra Modi Cricket Stadium) ରେ ଖେଳାଯାଉଛି। ମ୍ୟାଚ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ଆସି ପହଞ୍ଚିଛି।

ଆଜି ଦିନରାତି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ। ଦ୍ୱିତୀୟ ଇନିଂସରେ ୮୧  ରନ୍ ସ୍କୋର କରିବା ପରେ ଇଂଲଣ୍ଡ ଦଳ ଅଲଆଉଟ୍ ହୋଇଛି। ଭାରତ ଆଗରେ ଜିତିବା ପାଇଁ ଇଂଲଣ୍ଡ ୪୯ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅକ୍ଷର ପଟେଲ ୫ ଓ ରବିଚନ୍ଦ୍ରନ ଅଶ୍ୱିନ ୪ ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୧୪୫ ରନ୍ ସଂଗ୍ରହ କରିବା ପରେ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଦିନର ଖେଳ ଚାଲିଛି।

Share this:

Leave a Reply

Your email address will not be published. Required fields are marked *