ଢେଙ୍କାନାଳ ଜିଲ୍ଲାରେ ଆଜି ୧୦୭ ଜଣ କରୋନା ପଜିଟିଭ ଚିହ୍ନଟ,ଚିକିତ୍ସା ପରେ ୧୦ସୁସ୍ଥ
ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାରେ ୧୦୭ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନ ଏନଏସି ରୁ ୯୦ ଜଣ, ଭୁବନ ବ୍ଲକରୁ ୯ଜଣ,ଓଡ଼ାପଡା ବ୍ଲକ ରୁ ଜଣେ ଏବଂ ଏମ୍ସ ହସ୍ପିଟାଲରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନ ଏନଏସିର ୯୦ ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ,ଜଣେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟ ଦ୍ବାରା ଏବଂ ଅନ୍ୟ ୮୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂ ଦ୍ଵାରା ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନ ବ୍ଲକର ଦର୍ଜନୀ ସଂଗରୋଧ ଜଣେ,ସୁରପ୍ରତାପପୁର ସଂଗରୋଧ କେନ୍ଦ୍ର ଏବଂ ଚାଁଦପୁର ସଂଗରୋଧ କେନ୍ଦ୍ରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ମୃଦଙ୍ଗା ଗାଁରୁ ୪ ଜଣ,ଜିନେଇଲୋ ଗ୍ରାମରୁ ଏବଂ ବେଢାପାଳ ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଓଡାପଡା ବ୍ଲକର ବଉଳପୁର ଗ୍ରାମରୁ ଜଣେ ବ୍ୟକ୍ତି ଆଣ୍ଟିଜେନ ଟେଷ୍ଟ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ଅନ୍ୟ ୭ ଜଣ ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି।
ଏ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସଂଗରୋଧ କେନ୍ଦ୍ରରୁ,୯୩ ଜଣ ହୋମ କ୍ୱାରାଣ୍ଟାଇନ୍ ରୁ ,୩ ଜଣ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ଏବଂ ୭ ଜଣ ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ଗୋବିନ୍ଦପୁରସ୍ଥିତ କୋଭିଡ଼ କେୟାର କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ସେମାନେ ରହୁଥିବା ଘରଗୁଡିକ ଏବଂ ସେ ଅଞ୍ଚଳ କୁ ବିଶୋଧନ କରାଯାଇଛି।
ଜିଲ୍ଲାରେ ଚିକିତ୍ସା ପରେ ଆଉ ୧୦ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୬୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୫୧ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୩୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଣୁ ଜିଲ୍ଲାବାସୀ କୌଣସି ପ୍ରକାର ଆଶଙ୍କା ପ୍ରକାଶ ନକରି କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।