Covid Dhenkanal: ଢେଙ୍କାନାଳ ଜିଲ୍ଲାରୁ ଆଜି ୩ଜଣଙ୍କ ମୃତ୍ୟୁ, ୫୮ଜଣ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୫୮ଜଣ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୦ ଏବଂ ହସ୍ପିଟାଲରୁ ୧୮ଜଣ ଚିହ୍ନଟ ଅଛନ୍ତି। ଜିଲ୍ଲାରୁ ଆଜି ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ସଦର ବ୍ଲକ (Sadar Block) ରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବଳଭଦ୍ରପୁର ଶାସନରୁ ୨ଜଣ ଥିବାବେଳେ ଗୋବିନ୍ଦପୁର, ବେଲେଟିକିରି, ଗହମଖୁଣ୍ଟି, କେଶରିଆ, ମଙ୍ଗଳପୁର, ମଣ୍ଡାପାଳ, ଘଟିବିରି ଏବଂ ନାରଣପୁରରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଶାଳପଦାରୁ ୫ଜଣ ଥିବାବେଳେ ମାରିଚିକଣା, କନ୍ତିଓ ଏବଂ ବଲଭଦ୍ରପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦକ୍ଷୀଣକାଳୀ ଏବଂ କୋରିଆଁରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଖମାରସାହି, ନୂଆ ଶାସନ ଏବଂ ବନମାଳୀପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Odapada Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସାନ ରାଣୀବଣିଆ ଏବଂ ମେରାମଣ୍ଡଳୀରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କାଣ୍ଡବିନ୍ଧା ଓ ପୋଡାରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁକ୍ତାପଶିରୁ ୨ଜଣ, କୁଆଳୁ ଏବଂ ବାଲିସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୪ଜଣ ଚିହ୍ନଟଙ୍କ ମଧ୍ୟରୁ କାରନ୍ଦାରୁ ୨ଜଣ, ନାଗିଆବେରେଣୀ ଏବଂ ବଲସରରୁ ଜଣେ  କରୋନା ସଂକ୍ରମିତ ଅଛନ୍ତି। ହିନ୍ଦୋଳ NAC ରୁ ୨ଜଣ ଅଛନ୍ତି। ଭୁବନ ବ୍ଲକରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଭୁବନ NAC ରୁ ଜଣେ, କଙ୍କଡାହାଡ ବ୍ଲକରୁ ୨ଜଣ। ଗଁଦିଆ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

amazon-sale

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୫୪୨ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୮ ହଜାର ୫୨୦ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୩୬୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୬୯ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୫୭୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୨୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୩ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଛି।

[amazon_auto_links id=”9932″]

Also Read | CoWin: ଭାରତ ୫୦ଟି ଦେଶକୁ ଦେବ କୋ-ୱିନ ସିଷ୍ଟମ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

Share this: