Dhenkanal Coronavirus Report:ଢେଙ୍କାନାଳରୁ ୧୫ଜଣ ପଜିଟିଭ ଚିହ୍ନଟ, ୮ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୧୫ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୪ ଏବଂ ହସ୍ପିଟାଲରୁ ଜଣେ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୋହିରାଛୋଡ଼ରୁ ୩ଜଣ ଏବଂ ଛୋଟାପଡାରୁ ୨ଜଣ ଅଛନ୍ତି। ମାଧପୁର ଏବଂ ରଜାଙ୍ଗରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମିନାବଜାର, ଗଜମରା ଏବଂ ଦେଉଳସାହିରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ର ନାଧେରା ଏବଂ ଧଳପୁର ହାଇସ୍କୁଲରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ (Sadar Block) ର ଦେଓପଡାରୁ ଜଣେ ଏବଂ ଗଁଦିଆ ବ୍ଲକର ପିଙ୍ଗୁଆରୁ ଜଣେ ଲେଖାଏଁ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୫୦୯ ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୪ ଲକ୍ଷ ୧୧ ହଜାର ୫୭୭ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୯ ହଜାର ୩୯୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୯ହଜାର ୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧୭୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ସେହିପରି ଜିଲାରୁ ୮ ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୭୨ରେ ପହଞ୍ଚିଛି।

Share this: