Covid Cases Odisha:ଓଡ଼ିଶାରେ ଆଜି ୯୧୧ କରୋନା ପଜିଟିଭ ଚିହ୍ନଟ, ମୋଟ ୧୦ ଲକ୍ଷ ପାର

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ପୁଣି ବଢିଛି କରୋନା (Coronavirus) ସଂକ୍ରମଣ। ଗତ ଗତ ୨୪ ଘଣ୍ଟାରେ ୯୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୩୧ଜଣ   ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮୦ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୧୧୬ଜଣ। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୩୫୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୩ଜଣ, ବାଲେଶ୍ଵରରୁ ୫୧ଜଣ, ବରଗଡ଼ରୁ ୭ଜଣ, ଭଦ୍ରକରୁ ୧୨ଜଣ, ବଲାଙ୍ଗୀରିରୁ ୫ଜଣ, କଟକରୁ ୮୮ଜଣ, ଦେଓଗଡ଼ରୁ ୧୦ଜଣ, ଢେଙ୍କାନାଳରୁ ୧୬ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂପୁରରୁ ୨୪ଜଣ, ଯାଜପୁରରୁ ୪୯ଜଣ, ଝରସୁଗୁଡ଼ାରୁ ୨ଜଣ, କଳାହଣ୍ଡିରୁ ୭ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୩୧ଜଣ, କେଉଁଝରରୁ ୧୦ଜଣ, କୋରାପୁଟରୁ ୬ଜଣ, ମାଲକାନଗିରିରୁ ୭ଜଣ, ମୟୁରଭଞ୍ଜରୁ ୩୮ଜଣ, ନୟାଗଡ଼ରୁ ୧୯ଜଣ, ପୁରୀରୁ ୩୦ଜଣ, ରାୟଗଡାରୁ ୭ଜଣ, ସମ୍ବଲପୁରରୁ ୧୩ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୯ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୭୪ ଲକ୍ଷ ୧୫ ହଜାର ୮୭୨ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୨୬ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୮୩ ହଜାର ୨୪୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ହଜାର ୪୯୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: