Dhenkanal ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ଢ଼େଙ୍କାନାଳ (Dhenkanal) ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଛନ୍ତି। ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି। ସେ କହିଛନ୍ତି ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପରେ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ହୋଇ ସଫଳ ହେଉଛନ୍ତି। ଜବାହର ନବୋଦୟ ବିଦ୍ୟାଳୟ ଗ୍ରାମାଂଚଳର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ମେଧାବୀ ପିଲାମାନଙ୍କୁ ଚୟନ କରି ସେମାନଙ୍କୁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି। ଏକବିଂଶ ଶତାବ୍ଦୀରେ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସମସ୍ତେ ସାମୂହିକ ସଂକଳ୍ପ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶ ଆଜି ଅମୃତ କାଳରେ ଉପନୀତ ହୋଇଛି। ଏହି ଅମୃତ ବେଳାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବିଚାରଧାରା ଆପଣାଇବା ସହ ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି।

Read Also | Talcher Medical College: ତାଳଚେର ମେଡିକାଲ କଲେଜ ହେବ କାର୍ଯ୍ୟକ୍ଷମ, ଉପକୃତ ହେବେ ୭୦ଲକ୍ଷ ଲୋକ

Share this:

Leave a Reply

Your email address will not be published. Required fields are marked *