ରାଜ୍ୟରେ covid19 ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

Share this:

ଭୂବନେଶ୍ଵର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେ କୋଭିଡ (Covid) ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିଛନ୍ତି।

ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ୍‍ ବ୍ୟବସ୍ଥା ବଢ଼ାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ବିକଶିତ କରିବାପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଓଡ଼ିଶାରେ ପରିଚାଳିତ ସମସ୍ତ ସରକାରୀ ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଆବଶ୍ୟକ। ରାଜ୍ୟରେ ଆଇସୋଲେସନ ବେଡ୍‍, ଆଇସିୟୁ ଏବଂ ଅମ୍ଳଜାନ ବ୍ୟବସ୍ଥା ସହ ସଂଯୁକ୍ତ ଶଯ୍ୟା ବୃଦ୍ଧି ଦିଗରେ ସରକାରଙ୍କ ସହ ସବୁ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

TV_assoc

ଅନ୍ୟପକ୍ଷରେ ରାଜ୍ୟର ଦୁଇଟି ଅଗ୍ରଣୀ ପ୍ରତିଷ୍ଠାନ ଆର୍‍ଏମ୍‍ଆର୍‍ସି (RMRC) ଏବଂ ଆଇଏଲ୍‍ଏସ୍‍ (ILS) କୁ କରୋନା ନମୂନା ପରୀକ୍ଷା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।

ଆଜିର ଏହି ବୈଠକରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ଏମ୍‍ସର ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Also Read | Corona Virus 3rd Wave:ପୁଣି ଆସିବ କରୋନାର ତୃତୀୟ ଲହର, ଶୀତଦିନ ହୋଇପାରେ ଅଧିକ ବିପଦଜ୍ଜନକ: ବୈଜ୍ଞାନିକ

Share this:

Leave a Reply

Your email address will not be published. Required fields are marked *