Corona Virus 3rd Wave:ପୁଣି ଆସିବ କରୋନାର ତୃତୀୟ ଲହର, ଶୀତଦିନ ହୋଇପାରେ ଅଧିକ ବିପଦଜ୍ଜନକ: ବୈଜ୍ଞାନିକ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ (Covid Pandemic) ଦ୍ୱିତୀୟ ଲହରରେ ତାର ଭୟାବହତା ଜାରି ରଖିଥିବା ବେଳେ ପୁଣି ତୃତୀୟ ଲହର (Third Wave) ଆସିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହର ବର୍ତ୍ତମାନ ଅପେକ୍ଷା ଆହୁରି ବିପଦଜ୍ଜନକ ହୋଇପାରେ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ. ବିଜୟ ରାଘବନ ଗତକାଲି କହିଛନ୍ତି।

ତୃତୀୟ ଲହରର ଭୂତାଣୁ ନୂଆ ରୂପରେ ଆସିବା ସହ ଏହା ଯେକୌଣସି ମାଧ୍ୟମରେ ସଂକ୍ରମିତ କରିପାରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଲୋପ୍‍ କରିଦେବା ସହ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିବାର ଆଶଙ୍କା ରହିଛି। ତେବେ ଏହା କେବେ ଓ କେଉଁ ସମୟରେ ଦେଶରେ ସୃଷ୍ଟି ହେବ ତାହା ଜଣାପଡ଼ି ନଥିବା ବେଳେ ଏଥିପ୍ରତି ବର୍ତ୍ତମାନଠାରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଶ୍ରୀ ରାଘବନ ପରାମର୍ଶ ଦେଇଛନ୍ତି। ଏହାର ସଠିକ୍‍ ମୁକାବିଲା ପାଇଁ ଏବେଠାରୁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବାକୁ ପଡ଼ିବ ଏବଂ ଟିକାର ବିକାଶ ପରେ ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

TV_assoc

କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ କହିଛନ୍ତି ଯେ କରୋନା ଭୂତାଣୁର ରୂପ ବାରମ୍ବାର ବଦଳୁଛି। ସେଥିଲାଗି ଆମକୁ ୩ୟ ତରଙ୍ଗ ପାଇଁ ବି ପ୍ରସ୍ତୁତ ରହିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଆମ ଟିକା ବେଶ୍‌ ପ୍ରଭାବୀ। ଆମ ବୈଜ୍ଞାନିକମାନେ ତାହାକୁ ଆହୁରି ବିକଶିତ କରିବା ଲାଗି କାର୍ଯ୍ୟ କରୁଛନ୍ତି।

ସେହିପରି ତୃତୀୟ ତରଙ୍ଗ କେବେ ସୁଦ୍ଧା ଆସିବ ସେ ନେଇ ବେଙ୍ଗାଲୁରୁସ୍ଥିତ ମହାମାରୀ ବିଶେଷଜ୍ଞ ଡା. ଗିରିଧର ବାବୁ କୁହନ୍ତି, ଥଣ୍ଡା ସମୟରେ ଏହା ଆସିବାର ଆଶଙ୍କା ରହିଛି। ନଭେମ୍ବର ମାସ ଶେଷ ବେଳକୁ କିମ୍ବା ଡିସେମ୍ବର ପ୍ରାରମ୍ଭରେ ୩ୟ ତରଙ୍ଗ ଆସିପାରେ। ସେଥିଲାଗି ଏହି ସଂକ୍ରମଣରୁ ଯେଉଁମାନଙ୍କ ପ୍ରତି ସର୍ବାଧିକ ବିପଦ ରହିଛି ସେମାନଙ୍କୁ ତୁରନ୍ତ ଟିକାକରଣ କରାଯିବା ଦରକାର। ତେବେ ଆଗାମୀ ତରଙ୍ଗ ଯୁବପିଢ଼ିଙ୍କୁ ପ୍ରଭାବିତ କରିପାରେ ବୋଲି ସେ ସତର୍କ କରି କହିଛନ୍ତି।

Also Read | Corona India:ସମସ୍ତ ରେକର୍ଡ ଭଙ୍ଗ, ଦେଶରେ ଆଜି ୪.୧୨ ଲକ୍ଷରୁ ଅଧିକ ନୂଆ କରୋନା ପଜିଟିଭ ଚିହ୍ନଟ, ପ୍ରାୟ ୪ ହଜାର ମୃତ୍ୟୁ

Share this:

Leave a Reply

Your email address will not be published.