ନୂଆଦିଲ୍ଲୀ :କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରାଵ ଆବଧାଞ୍ଚଳ,ପରୀକ୍ଷଣ, ଏକାନ୍ତବାସ ଏବଂ ଚିକିତ୍ସା ପ୍ରତି ଧ୍ୟାନ ଏବଂ ପ୍ରଭାବଶାଳୀ ପ୍ରୟାସ ଫଳରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ମୃତ୍ୟୁ ହାର କ୍ରମାଗତ ହ୍ରାସ ପାଇଛି ।
ପ୍ରଭାବଶାଳୀ ଢଙ୍ଗରେ ନିରୀକ୍ଷଣ ଏବଂ ଉନ୍ନତ ପରୀକ୍ଷଣ ଦ୍ଵାରା ସଂକ୍ରମିତ ମାମଲାଗୁଡ଼ିକୁ ଶୀଘ୍ର ଚିହ୍ନଟ କରାଯାଇପାରୁଛି ଏବଂ ଫଳସ୍ୱରୂପ ଗୁରୁତର ଏବଂ ଜଟିଳ ମାମଲାଗୁଡ଼ିକର ଚିକିତ୍ସା ପରିଚାଳନାକୁ ଆଗେଇ ନିଆଯାଇପାରୁଛି। ପ୍ରତି ୧୦ ଲକ୍ଷରେ ବିଶ୍ଵସ୍ତରୀୟ ହାରାହାରି ସଂକ୍ରମିତ ସଂଖ୍ୟା ୨,୪୨୫ ତୁଳନାରେ ଭାରତରେ ସର୍ବନିମ୍ନ ୧,୪୬୯ ରହିଛି ।
କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସମନ୍ୱିତ କାର୍ଯ୍ୟକାରିତା ଫଳରେ ବିଶ୍ଵସ୍ତରୀୟ ମୃତ୍ୟୁହାର ତୁଳନାରେ ଭାରତର ହାର କମ ରହିଛି । ମୃତ୍ୟୁ ହାର ଆଜି ୨୦.୪ %ରେ ପହଞ୍ଚିଛି।କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୯୦୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଭାରତର ମୋଟ ଆରୋଗ୍ୟ ସଂଖ୍ୟା ୧୪ ଲକ୍ଷ ୨୭ ହଜାର ୫ରେ ପହଞ୍ଚିଛି। ସୁସ୍ଥତା ହାର ସ୍ଥିର ଭାବେ ବୃଦ୍ଧି ପାଇ ୬୮.୩୨ %ରେ ପହଞ୍ଚିଛି।
ଆଜି ଭାରତରେ ଥିବା ପ୍ରକୃତ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷ ୧୯ ହଜାର ୮୮ ଯାହା ସମୁଦାୟ ମାମଲାର ୨୯.୬୪ % । ଏମାନେ ସମସ୍ତେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଡାକ୍ତରୀ ଚିକିତ୍ସାଧୀନରେ ଅଛନ୍ତି ।
ଦେଶରେ ପରୀକ୍ଷାଗାର ଭିତ୍ତିଭୂମି ବୃଦ୍ଧି ଏବଂ ଉତ୍ତମ ପରୀକ୍ଷଣ ସୁବିଧା ଫଳରେ କୋଭିଡ-୧୯ ସଂକ୍ରମିତଙ୍କ ଚିହ୍ନଟ ପାଇଁ ଭାରତରେ ମୋଟ ୨ କୋଟି ୩୩ ଲକ୍ଷ ୮୭ ହଜାର ୧୭୧ଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୯୮ ହଜାର ୭୭୮ ନମୁନା ପରୀକ୍ଷା କରାଯାଇଛି। ଆଜି ୧୦ ଲକ୍ଷ ପିଛା ପରୀକ୍ଷଣ ସଂଖ୍ୟା ତୀବ୍ର ବୃଦ୍ଧି ପାଇ ୧୬ ହଜାର ୯୪୭ ହୋଇଥିବା ଦେଖାଦେଇଛି।
ସୂଚନାଯୋଗ୍ୟ ,ଏହି ବ୍ୟାପକ ପରୀକ୍ଷଣର ଏକ ମୁଖ୍ୟ କାରଣ ହେଉଛି ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି। ସରକାରୀ କ୍ଷେତ୍ରରେ ୯୩୬ ଟି ଏବଂ ବେସରକାରୀ କ୍ଷେତ୍ରରେ ୪୬୦ ଟି ପରୀକ୍ଷାଗାର ସହିତ ଭାରତରେ କୋଭିଡ-୧୯ ପରୀକ୍ଷା ପାଇଁ ମୋଟ ୧,୩୯୬ ଟି ପରୀକ୍ଷାଗାର ରହିଛି ।