ଆନ୍ଧ୍ରପ୍ରଦେଶ: କୋଭିଡ -୧୯ ସୁବିଧା ପାଇଁ ବ୍ୟବହୃତ ହୋଟେଲରେ ଅଗ୍ନିକାଣ୍ଡ,୭ ଜଣଙ୍କର ମୃତ୍ୟୁ

Share this:

ବିଜୟୱାଡା: କରୋନା କାଳରେ ପୁଣି ଏକ ଦୁଃଖଦ ଖବର ଆସିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ। ଖବର ଅନୁସାରେ ଆନ୍ଧ୍ରପ୍ରଦେଶର ବିଜୟୱାଡାସ୍ଥିତ ଏକ ହୋଟେଲରେ ହଠାତ୍ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଗରୁତ୍ଵପୂର୍ଣ୍ଣ କଥା ହେଲା ଏ ହୋଟେଲଟି କୋଭିଡ -୧୯ ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ଭାବରେ ବ୍ୟବହାର କରାଯାଉଥିଲା।ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଏହି ଘଟଣାରେ କୃଷ୍ଣା ଜିଲ୍ଲାର କଲେକ୍ଟର କହିଛନ୍ତି ଯେ ସକାଳ ପ୍ରାୟ ୫ ଟାରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୩୦ ଜଣ ରୋଗୀଙ୍କୁ ନିରାପଦ ସ୍ଥାନକୁ ପଠାଯାଇଛି। ବର୍ତ୍ତମାନ ଆମେ ସମଗ୍ର କୋଠାରୁ ରୋଗୀ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛୁ, ନିଆଁ ଲିଭାଇଛି | ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡର କାରଣ ହେଉଛି ସର୍ଟ ସର୍କିଟ, କିନ୍ତୁ ଏହାର କାରଣ ଜାଣିବାକୁ ପଡ଼ିବ।

Share this: