Covid-19 Odisha: ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା!
ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର (Pradipta Kumar Mohapatra) ସମସ୍ତ ଜିଲ୍ଲାପାଳ, ପୁଲିସ୍ ଏସ୍.ପି., ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମହାନଗର ନିଗମ କମିଶନର୍ଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି।
ସୂଚନାଯୋଗ୍ୟ ନିକଟରେ କେତେକ ରାଜ୍ୟରେ କୋଭିଡ୍-୧୯ (Covid-19) ମାମଲା ବୃଦ୍ଧି ପାଇଛି। ବିଶେଷକରି ମହାରାଷ୍ଟ୍ର (Maharashtra) ରେ ଅଧିକ ଦେଖାଦେଇଥିବାରୁ ଦେଶ ଭିତରେ ଲୋକମାନଙ୍କର ଚଳପ୍ରଚଳ ରହୁଥିବାରୁ ରାଜ୍ୟରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ନିଜ ଜିଲ୍ଲା ଓ ସହରରେ ଯେଭଳି କୋଭିଡ୍ ମାମଲା ବୃଦ୍ଧି ନ ପାଇବ, ତାହାକୁ ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। କୋଭିଡ୍ କଟକଣା ମାର୍ଗଦର୍ଶିକା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷଣ କରାଯିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନ, ଧର୍ମାନୁଷ୍ଠାନ, ବଜାର ଆଦି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
[amazon_auto_links id=”9932″]