Petrol Price Hikes: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ବିବୃତ୍ତି

Share this:

ଚେନ୍ନାଇ: ପେଟ୍ରୋଲ (Petrol) ଏବଂ ଡିଜେଲ (Diesel) ର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଙ୍କ ବଡ ବିବୃତ୍ତି ଆସୁଛି। ସେ କହିଛନ୍ତି, “ଏହା ଏକ ଦୁଃଖଦାୟକ ବିଷୟ ଏବଂ ମୂଲ୍ୟ ହ୍ରାସ ବ୍ୟତୀତ ଅନ୍ୟ କୌଣସି ଉତ୍ତର ଲୋକମାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଖୁଚୁରା ଇନ୍ଧନ ମୂଲ୍ୟକୁ ଗ୍ରାହକମାନଙ୍କ ପାଇଁ ଏକ ଉପଯୁକ୍ତ ସ୍ତରକୁ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ କଥା ହେବା ଉଚିତ୍।”

ଚେନ୍ନାଇରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଓପେକ୍ ଦେଶଗୁଡିକ ଆକଳନ କରିଥିବା ଉତ୍ପାଦନ ଆକଳନ ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ଯାହା ପୁଣି ଚିନ୍ତା ବଢାଉଛି। ତୈଳ ମୂଲ୍ୟ ଉପରେ ସରକାର ନିୟନ୍ତ୍ରଣରେ ନାହାଁନ୍ତି। ଏହାକୁ ଟେକ୍ନିକାଲ୍ ମୁକ୍ତ କରାଯାଇଛି। ତୈଳ କମ୍ପାନୀଗୁଡିକ ଅଶୋଧିତ ତୈଳ ଆମଦାନୀ, ବିଶୋଧନ ଏବଂ ବିକ୍ରୟ କରନ୍ତି।

ଆଜି ବି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସିଖୁସି ଦେଲାଭଳି ଖବର ନାହିଁ। ଲଗାତାର ଦ୍ୱାଦଶ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି। ଶନିବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇ ୯୦.୫୮ଟଙ୍କା ହୋଇଛି। ଡିଜେଲ ମଧ୍ୟ ୩୫ ପଇସାକୁ ଲିଟର ପିଛା ୮୦.୯୭ଟଙ୍କାକୁ ଲମ୍ଫ ଦେଇଛି। ରାଜସ୍ଥାନର ଶ୍ରୀଗଙ୍ଗନଗରରେ ୧୦୧.୨୨ରେ ପେଟ୍ରୋଲ ରେଟ ହୋଇଥିବାବେଳେ ମଧ୍ୟପ୍ରଦେଶର ଭୋପାଳରେ ଶତକ ଠାରୁ ମାତ୍ର ୪୦  ପଇସା ଦୂରରେ। ତେବେ ଅନୁପପୁର ଜିଲ୍ଲାର ସାଧାରଣ ପେଟ୍ରୋଲରଶହେ ଟଙ୍କା ଅତିକ୍ରମ କରିସାରିଛି। ଆଜି ଏଠାରେ ୧୦୦.୯୮ଲିଟର ବିକ୍ରି ହେଉଛି।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧.୩ ଟଙ୍କାରେ ବିକ୍ରି ହେଉଛି।

[amazon_auto_links id=”9939″]

Share this: