Breaking NewsCORONA UPDATESଓଡ଼ିଶା

Covid-19 Odisha Updates: ପୁଣି ରାଜ୍ୟର ୧୪ଜିଲ୍ଲାରୁ ୬୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରୁ ଆଜି ୧୪ଜିଲ୍ଲାରୁ ୬୩ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନଗୁଳରୁ ଜଣେ, ବାଲେଶ୍ଵରରୁ ୭ଜଣ, କଟକରୁ ୧୧ଜଣ, ଦେଓଗଡ ଜିଲ୍ଲାରୁ ୫ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, କୋରାପୁଟରୁ ଜଣେ,ମୟୁରଭଞ୍ଜରୁ ୧୪ଜଣ, ନୂଆପଡ଼ାରୁ ଜଣେ, ସମ୍ବଲପୁରରୁ ୪ଜଣ, ସୁନ୍ଦରଗଡରୁ ୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ଜଣେ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୫ଲକ୍ଷ ୫୮ହଜାର ୧୧୨ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୭ହଜାର ୯୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୨ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୫  ହଜାର ୩୨୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

Share this: