Covid19 Odisha: ଆଜି ଓଡ଼ିଶାରୁ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୮ ହଜାର ୯୧୪ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୦୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮୩୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Weather Report Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା

ଆଜି ସର୍ବାଧିକ ୧୨୫୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୩୧ଜଣ, ବାଲେଶ୍ଵରରୁ ୧୭୯ଜଣ, ବରଗଡ଼ରୁ ୪୫୨ଜଣ, ଭଦ୍ରକରୁ ୩୫୧ଜଣ, ବଲାଙ୍ଗୀରିରୁ ୨୯୧ଜଣ, ବୌଦ୍ଧରୁ ୧୭୫ଜଣ, କଟକରୁ ୫୮୭ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୧୪୯ଜଣ, ଗଜପତିରୁ ୧୬୫ଜଣ, ଗଞ୍ଜାମରୁ ୨୬୨ଜଣ, ଜଗତସିଂପୁରରୁ ୧୦୯ଜଣ, ଯାଜପୁରରୁ ୨୩୨ଜଣ, ଝାରସୁଗୁଡାରୁ ୩୦୪ଜଣ, କଳାହାଣ୍ଡିରୁ ୨୩୬ଜଣ, କନ୍ଧମାଳରୁ ୬୨ଜଣ,  କେନ୍ଦ୍ରାପଡ଼ାରୁ ୧୩୨ଜଣ,  କେଉଁଝରରୁ ୧୦୪ଜଣ, କୋରାପୁଟରୁ ୧୪୫ଜଣ, ମୟୁରଭଞ୍ଜରୁ ୧୩୪ଜଣ, ମାଲକାନଗିରିରୁ ୭୩ଜଣ, ନବରଙ୍ଗପୁରରୁ ୪୩୩ ଜଣ, ନୟାଗଡ଼ରୁ ୧୯୪ଜଣ, ନୂଆପଡ଼ାରୁ ୨୭୮ଜଣ, ପୁରୀରୁ ୫୩୦ଜଣ, ରାୟଗଡାରୁ ୧୫୭ଜଣ, ସମ୍ବଲପୁରରୁ ୫୨୦ଜଣ, ସୋନପୁରରୁ ୧୨୧ଜଣ, ସୁନ୍ଦରଗଡ଼ରୁ ୫୯୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୫୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨ଲକ୍ଷ ୨୭ହଜାର ୩୨୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୭୧ହଜାର ୫୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୫୨୭ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୯୭ହଜାର ୫୭୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ହଜାର ୮୩୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | West Bengal Election: ଜିତିବା ପରେ ନନ୍ଦୀଗ୍ରାମରେ ମମତା ବାନାର୍ଜୀ ହାରିଲେ, ଶୁଭେନ୍ଦୁ ଅଧିକାରୀ ୧୬୨୨ଭୋଟରେ ଜିତିଲେ

Share this: