Covid19 Odisha: ଆଜି ରାଜ୍ୟରୁ ନୂଆ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୧ ଜଣ ନୂଆ କରୋନା (Covid-19) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୪୮ଜଣ କ୍ୱାରାଣ୍ଟାଇନ୍‌ ଓ ୧୦୩ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ୩୧ ଜଣ, ବାଲେଶ୍ଵରରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩ ଜଣ, କଟକରୁ ୪ ଜଣ, ଦେବଗଡ଼ରୁ ୪ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୧୪ ଜଣ, ମୟୁରଭଞ୍ଜରୁ ୪ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୨୩ଜଣ, ପୁରୀରୁ ୧୨ ଜଣ, କୋରାପୁଟରୁ ୫ ଜଣ, ବୌଦ୍ଧରୁ ୩ ଜଣ ଓ ସମ୍ବଲପୁରରୁ ୩୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ ଓ ଷ୍ଟେଟପୁଲରୁ ୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭୦ ଲକ୍ଷ ୮୪୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୩୦ ହଜାର ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ୨୫ ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ହଜାର ୪୫୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତଙ୍କ ସଂଖ୍ୟା ୧୮୮୦ ରେ ପହଞ୍ଚିଛି।

Also Read |SARS-Cov 2: ବ୍ରିଟେନ୍‍ରୁ ଭୁବନେଶ୍ୱର ଫେରିଥିବା ଯୁବକ କରୋନା ଚିହ୍ନଟ; ନୂଆ ଷ୍ଟ୍ରେନ୍‍ ଜାଣିବା ପାଇଁ କରାଯିବ ଜିନ୍‍ ଅନୁଶୀଳନ

Share this: