Covid19 Odisha: ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ଆଜି ୬ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid-19 Report ଓଡ଼ିଶାରେ କରୋନା ସଂକ୍ରମଣ (Coronavirus) ଲଗାତାର ଭାବେ କମି ଚାଲିଛି। ଗତକାଲି ରାଜ୍ୟରୁ ୧୨ଜଣ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଥିଲାବେଳେ ଆଜି ମଙ୍ଗଳବାର ୩ ଜିଲ୍ଲାରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ୨ଜଣ ଏବଂ ସମ୍ବଲପୁରରୁ ୩ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୯ ଲକ୍ଷ ୪୭ ହଜାର ୩୪୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୮୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୫୪୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | Balangiri News: ଛାତ୍ରୀମାନଙ୍କୁ ବସ୍‍ଉଠ୍‍ ଘଟଣାର ନୂଆମୋଡ଼; ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

Share this: