Covid19 Odisha: ଆଜି ରାଜ୍ୟରୁ ୧୪ କରୋନା ପଜିଟିଭ ଚିହ୍ନଟ

Corona
Share this:

ଭୁବନେଶ୍ଵର: Odisha Covid-19 Report ଓଡ଼ିଶାରେ କରୋନା ସଂକ୍ରମଣ (Coronavirus) ଲଗାତାର ଭାବେ କମି ଚାଲିଥିବାବେଳେ ଆଜି ପୁଣି ବଢିଛି ସଂକ୍ରମଣ। ଗତକାଲି ରାଜ୍ୟରୁ ୬ଜଣ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଥିଲାବେଳେ ଆଜି ବୁଧବାର ୭ଜିଲ୍ଲାରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବଳେଶ୍ଵରରୁ ୨ଜଣ, ବଲାଙ୍ଗୀରିରୁ ୩ଜଣ, ଦେଓଗଡରୁ ଜଣେ, ଗଜପତିରୁ ଜଣେ, କେନ୍ଦ୍ରାପଡାରୁ ୨ଜଣ, ସୋନପୁରରୁ ଜଣେ ଏବଂ ସୁନ୍ଦରଗଡରୁ ୪ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୯ ଲକ୍ଷ ୬୯ ହଜାର ୪୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୮୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୫୬୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: