Odisha Coronavirus Updates: ଆଜି ଓଡିଶାରୁ ୧୧ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid-19 Updates ଗତକାଲି ଓଡ଼ିଶାରୁ ୭ଜଣ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଥିଲାବେଳେ ଆଜି ଗୁରୁବାର ୭ଜିଲ୍ଲାରୁ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ଜଣେ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବଲାଙ୍ଗୀରିରୁ ୨ଜଣ, ଗଜପତିରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ଜଣେ, ସମ୍ବଲପୁରରୁ ୨ଜଣ ଏବଂ ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୯ ଲକ୍ଷ ୯୦ ହଜାର ୭୧୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୮୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୫୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: