Covid-19 Odisha: ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି; କରୋନା ନିୟମ କଡାକଡି, ଚାଲିଲା ଚେକିଂ

Share this:

ଭୁବନେଶ୍ଵର: ଗତ କିଛିଦିନ ହେବ ରାଜ୍ୟରେ କରୋନା (Corona Virus) ସଂକ୍ରମଣ ହ୍ରାସ ପାଇଆସୁଥିଲା ବେଳେ ଗତ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଆଜି ଦିନକରେ ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୬୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୭୦୫ରେ ପହଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୩୪ହଜାର ୧୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୩୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୬୯ଜଣଙ୍କ ମଧ୍ୟରୁ ୪୧ଜଣ ସଂଗରୋଧରୁ ହୋଇଥିବାବେଳେ ୨୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଳାରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵରରୁ ୨ ଜଣ, ବରଗଡ଼ରୁ ୬ ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଦେଓଗଡ଼ରୁ ୪ ଜଣ, ଗଜପତିରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୩ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୨ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶା ସରକାର କରୋନା କଟକଣାକୁ କଡାକଡି କରିଛନ୍ତି। ଆଜିଠାରୁ ସାରା ରାଜ୍ୟରେ କରୋନା ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେଉଛି। ରାଜଧାନୀ ଭୁବନେଶ୍ୱରର ପ୍ରତ୍ୟେକ ଛକରେ ମାସ୍କ ଚେକିଂ ପଏଣ୍ଟ କରାଯାଇଛି। ଏଥିସହ ସମସ୍ତ ସାମାଜିକ ସମାବେଶ ସ୍ଥଳରେ ବିଏମ୍‍ସିର ଏନ୍‍ଫୋର୍ସମେଣ୍ଟ ଟିମ୍‍ ଜୋର୍‍ଦାର ଚେକିଂ କରୁଛନ୍ତି।

ସେହିପରି ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଗୁଡ଼ିକରେ ସାନିଟେସନ କାର୍ଯ୍ୟ କରାଇବା, କୋଭିଡ ନାଇଣ୍ଟିନ୍‍ ନିୟମ ମାନିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ପାଠପଢ଼ା ବ୍ୟତିତ ବିଦ୍ୟାଳୟରେ ଅନ୍ୟକୌଣସି କାର୍ଯ୍ୟକ୍ରମ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

[amazon_auto_links id=”10233″]

Share this: