Covid Cases in Odisha: ଆଜି ୨୮ ଜିଲ୍ଲାରୁ ୮୭୦ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ଵର: Covid cases in Odisha in last 24 hours district Wise ଓଡ଼ିଶାରେ ଆଜି ୨୮ ଜିଲ୍ଲାରୁ ୮୭୦ କରୋନା ସଂକ୍ରମିତ (Coronavirus Odisha) ଚିହ୍ନଟ ହୋଇଛନ୍ତି। ଗତକାଲି ଓଡିଶାରୁ ୯୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଗୁରୁବାର ୮୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୫୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନା ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡରୁ ୨୨୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୧୦ଜଣ, ବରଗଡ଼ରୁ ୩୬ଜଣ, ଭଦ୍ରକରୁ ୮ଜଣ, ବଲାଙ୍ଗୀରିରୁ ୪୫ଜଣ, ବୌଦରୁ ୬ଜଣ, କଟକରୁ ୨୦ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୮ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ଜଣେ, ଜଗତସିଂପୁରରୁ ୫ଜଣ, ଯାଜପୁରରୁ ୧୬ଜଣ, ଝାରସୁଗୁଡାରୁ ୨୩ଜଣ, କଳାହାଣ୍ଡିରୁ ୬୩ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡାରୁ ୬ଜଣ, କେଉଁଝରରୁ ୫ଜଣ, ଖୋର୍ଦ୍ଧାରୁ ୧୪୦ଜଣ, କୋରାପୁଟରୁ ୬ଜଣ, ମୟୁରଭଞ୍ଜରୁ ୫୯ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡରୁ ୨୧ଜଣ, ନୂଆପଡ଼ାରୁ ୧୨ଜଣ, ପୁରୀରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୪ଜଣ, ସମ୍ବଲପୁରରୁ ୭୨ଜଣ ଏବଂ ସୋନପୁରରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨୭ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୭ ଲକ୍ଷ ୨୩ ହଜାର ୩୮୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୧୬ ହଜାର ୪୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୨୮ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୯୫୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୩୨୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
RECOMMENDED DEALS
crocs Unisex-Adult Bayaband Clog
₹1,746.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)INOVERA Faux Leather Women Handbags Shoulder Hobo Bag Purse With Long Strap, 32L x 13B x 30H cm
₹1,419.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)crocs Unisex-Adult LiteRide Slide
₹1,399.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Sparx Men's Flip-Flops and House Slippers
₹320.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Read Also | Voter ID link with Aadhaar: ଆରମ୍ଭ ହେଲା ଭୋଟର କାର୍ଡ ସହ ଆଧାର ଲିଙ୍କ