Covid Cases in Odisha 2022: ଆଜି ଓଡ଼ିଶାରୁ ୨୮୯ ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: Covid cases in Odisha State Dashboard in last 24 hours district wise ଗତକାଲି ରାଜ୍ୟରୁ ୨୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୮୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୫୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଆଜି ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ ୯ଜଣ, ଭଦ୍ରକରୁ ୧ଜଣ, ବଲାଙ୍ଗୀରରୁ ୧୧ଜଣ, ବୌଦରୁ ୧୨ଜଣ, କଟକରୁ ୨୫ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୨ଜଣ, ଗଜପତିରୁ ୧ଜଣ, ଜଗତସିଂହପୁରରୁ ୩ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡାରୁ ୨ଜଣ, କଳାହାଣ୍ଡିରୁ ୮ଜଣ, କନ୍ଧମାଳରୁ ୭ଜଣ, କୋରାପୁଟରୁ ୪ଜଣ, ଖୋର୍ଦ୍ଧାରୁ ୬୦ଜଣ, ମୟୂରଭଞ୍ଜରୁ ୬ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡରୁ ୭ଜଣ, ନୂଆପଡ଼ାରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୯ଜଣ, ସମ୍ବଲପୁରରୁ ୧୧ଜଣ, ସୁନ୍ଦରଗଡରୁ ୬୬ଜଣ ଏବଂ ସୋନପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୩ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୧ ଲକ୍ଷ ୧୯ ହଜାର ୧୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୨୬ ହଜାର ୬୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୮୬ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୫ ହଜାର ୪୫୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୮୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also | Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ
[amazon_auto_links id=”9939″]