Corona Virus Odisha: ଆଜି ଓଡ଼ିଶାରୁ ୧୧ ହଜାର ୭୩୨ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର:ରାଜ୍ୟରେ ଆଜି ପୁଣି ୧୧ ହଜାର ୭୩୨ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୬୫୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧୬୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମଧ୍ୟ ସର୍ବାଧିକ ୧ ହଜାର ୭୧୦ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୭୦୦ଜଣ, ବାଲେଶ୍ଵରରୁ ୪୭୨ଜଣ, ବରଗଡ଼ରୁ ୩୬୩ଜଣ, ଭଦ୍ରକରୁ ୪୧୪ଜଣ, ବଲାଙ୍ଗୀରିରୁ ୪୦୧ଜଣ, ବୌଦ୍ଧରୁ ୨୭୭ଜଣ, କଟକରୁ ୮୭୦ଜଣ, ଦେଓଗଡ଼ରୁ ୧୨୯ଜଣ, ଢେଙ୍କାନାଳରୁ ୧୫୩ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୨୫୯ଜଣ, ଜଗତସିଂପୁରରୁ ୩୩୦ଜଣ, ଯାଜପୁରରୁ ୩୮୩ଜଣ, ଝାରସୁଗୁଡାରୁ ୩୯୧ଜଣ, କଳାହାଣ୍ଡିରୁ ୨୭୪ଜଣ, କନ୍ଧମାଳରୁ ୮୪ଜଣ, କେଉଁଝରରୁ ୨୨୦ଜଣ, କୋରାପୁଟରୁ ୨୮୯ଜଣ, କେନ୍ଦ୍ରାପଡ଼ାରୁ ୧୩୯ଜଣ, ମୟୁରଭଞ୍ଜରୁ ୪୧୮ଜଣ, ମାଲକାନଗିରିରୁ ୧୪୫ଜଣ, ନବରଙ୍ଗପୁରରୁ ୪୧୭ଜଣ, ନୟାଗଡ଼ରୁ ୨୬୧ଜଣ, ନୂଆପଡ଼ାରୁ ୨୨୦ଜଣ, ପୁରୀରୁ ୩୯୦ଜଣ, ରାୟଗଡାରୁ ୨୪୫ଜଣ, ସମ୍ବଲପୁରରୁ ୫୩୮ଜଣ, ସୋନପୁରରୁ ୨୫୫ଜଣ, ସୁନ୍ଦରଗଡରୁ ୬୪୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୬୭ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୮ ଲକ୍ଷ ୮୨ହଜାର ୭୫୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୧୨ ହଜାର ୨୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୭୮୧ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୨ ହଜାର ୪୫୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୭ ହଜାର ୪୦୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Also Read | Israel-Palestine Conflict:ଇସ୍ରାଏଲ-ପାଲେଷ୍ଟାଇନ ବିବାଦ କାହିଁକି, ଧର୍ମ କିମ୍ବା ହାମାସ!
[amazon_auto_links id=”9939″]