Corona Angul: ଅନୁଗୁଳରେ କରୋନା ଗତି ତୀବ୍ର,ଆଜି ପୁଣି ରେକର୍ଡ ସଂଖ୍ୟକ ୬୬୬ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ (Corona Pandemic) ଲଗାତାର ଭବେ ତିନିଦିନ ଧରି ୬ ଶହ ପାର କରିଛି। ଆଜି ଅନୁଗୁଳ ଜିଲ୍ଲାରେ ୬୬୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ୩୪୭ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୮ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୧୮ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୧୦ଜଣ, ଅନୁଗୋଳ ପୌରାଞ୍ଚଳରୁ ୮୧ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୭୨ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୭୧ଜଣ, ଅନୁଗୁଳ ବ୍ଲକ୍ ଅଂଚଳରୁ ୬୧ଜଣ, ପାଳଲହଡା ବ୍ଳକ୍ ଅଂଚଳରୁ ୪୭ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୩୪ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୪ଜଣ, ତାଳଚେର ପୌରାଞ୍ଚଳରୁ ୩୦ଜଣ  ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୮ଜଣ  ଅଛନ୍ତି।

15th_Pantry_pc1x._CB669806191

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୮୯ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ  ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୋଳ ଜିଲ୍ଲାରୁ ୫୨୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୯ ଜଣ କରୋନାରେ ମୃତ୍ୟୁବରଣ କଲେଣି ବୋଲି ଜଣାପଡିଛି।

Also Read | Coal Plant:କୋଇଲା କାରଖାନାର ପ୍ରଦୂଷଣ ଯୋଗୁଁ ଭାରତରେ ୮ ହଜାର ୩୦୦ ମୃତ୍ୟୁ ଘଟିପାରେ

[amazon_auto_links id=”9932″]
Share this: