E-Permission: ଅମାନିଆମାନଙ୍କୁ ରୋକିବା ପାଇଁ ପୁଲିସ୍‍ ପକ୍ଷରୁ ଇ-ପର୍‍ମିଶନ୍‍ ବ୍ୟବସ୍ଥା

Share this:

ଭୂବନେଶ୍ଵର: କରୋନା ସଂକ୍ରମଣ (Covid-19) ରୋକିବା ପାଇଁ ଲାଗୁ ହୋଇଥିବା ଲକଡ଼ାଉନ (Lockdown) ସମୟରେ ଅମାନିଆମାନେ ରାଜଧାନୀରେ ମନଇଚ୍ଛା ଆଉ ବୁଲିପାରିବେ ନାହିଁ। ଘରୋଇ ସଂସ୍ଥାରେ (Private Organisation) କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କମିଶନରେଟ୍‍ ପୁଲିସ୍‍ (Commissionerate Police) ପକ୍ଷରୁ ଇ-ପର୍‍ମିଶନ୍‍ (e-permission) ବ୍ୟବସ୍ଥା କରାଯାଇଛି। ଲକ୍‍ଡାଉନ୍‍ବେଳେ ଏଣିକି ବିନା ପର୍‍ମିଶନ୍‍ ରେ  ଦ୍ୱୈତନଗରୀରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ନାହିଁ।

15th_Pantry_pc1x._CB669806191

ଅଫିସ୍‍ ଆଳ ଦେଖାଇ ଯେଉଁ ଅମାନିଆମାନେ ରାଜଧାନୀରେ ମନଇଚ୍ଛା ବୁଲୁଥିଲେ, ସେମାନଙ୍କ ଉପରେ ରୋକ୍‍ ଲଗାଇବା ପାଇଁ କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍‍ ପାସ୍‍ ଦେଉ ନ ଥିବାରୁ ଇ-ପର୍‍ମିଶନ୍‍ ଜରିଆରେ ଆବେଦନ କରିହେବ। କେଉଁ ସଂସ୍ଥା ନିର୍ଦ୍ଦିଷ୍ଟ କେତେ କର୍ମଚାରୀ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି, ସେ ତଥ୍ୟ ଏହି ଇ-ପର୍‍ମିଶନ୍‍ରେ ରହିବ। ପରିଚୟ ପତ୍ର ସହିତ ଏହା ଦେଖାଇବା ପରେ କର୍ମଚାରୀମାନେ ଅଫିସ୍‍ ଯାଇପାରିବେ।

Also Read | ଷ୍ଟେରଏଡ ହିଁ ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରୁଛି: AIIMS ନିର୍ଦ୍ଦେଶକ

Share this: