Covid-19 Odisha Updates: ରାଜ୍ୟରେ ଆଜି ୧୮ ଜିଲ୍ଲାରୁ ୯୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରୁ ଆଜି ୧୮ଜିଲ୍ଲାରୁ ୯୧ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୋଳ ଜିଲ୍ଲାରୁ ଜଣେ, ବାଲେଶ୍ଵରରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୯ ଜଣ, ବଲାଙ୍ଗୀରି,କଟକ, ଦେଓଗଡ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଯାଜପୁରରୁ ୬ଜଣ,ଜଗତସିଂପୁରରୁ ୩ଜଣ, ଝାରସୁଗୁଡାରୁ ୩ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୦ଜଣ, ମୟୁରଭଞ୍ଜରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ପୁରୀରୁ ୩ଜଣ, ରାୟଗଡାରୁ ଜଣେ, ସମ୍ବଲପୁରରୁ ୧୪ଜଣ, ସୁନ୍ଦରଗଡରୁ ୧୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୪ଲକ୍ଷ ୨୭ହଜାର ୧୭୪  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୭ହଜାର ୬୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୧ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୪ ହଜାର ୮୩୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୧୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read |ICMR ଓ Bharat Biotech କୋଭାକ୍ସିନ ଟିକାର କୋଭିଡ୍‍ ବିରୋଧରେ ପ୍ରତିରୋଧ ଦକ୍ଷତା ୮୧ ଶତାଂଶ ପ୍ରମାଣିତ

Share this: