କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପ୍ରକାଶିତ

Share this:

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ପରିଷଦ ଆଜି ଅପରାହ୍ନ ୩ ଟାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ରେଜଲ୍ଟ  ଘୋଷଣା କରିଛି। ପରିଷଦର ଫଳାଫଳ ପୋର୍ଟାଲ, https://results.cisce.org/ ରେ ଦଶମ ଏବଂ ଦ୍ୱାଦଶ ଫଳାଫଳ ୨୦୨୦ ଘୋଷଣା କରାଯାଇଛି।

ଯେଉଁ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଫଳାଫଳକୁ ନେଇ ଖୁସି ନୁହଁନ୍ତି ସେମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଏଥିପାଇଁ ପ୍ରତ୍ୟେକ ବିଷୟ ପେପର  ପାଇଁ ହଜାରେ ଟଙ୍କା ଦେୟ ଦେବାକୁ ପଡିବ। ଆବେଦନ କରିବାକୁ ଥିବା ଅନଲାଇନ୍ ୱିଣ୍ଡୋ ଚଳିତ ମାସ  ଜୁଲାଇ ୧୦ ରୁ ୧୬ ପର୍ଯ୍ୟନ୍ତ ଖୋଲା ରହିବ। CISCE ପରିଷଦ ଛାତ୍ରମାନଙ୍କ ପାଇଁ ଡିଜିଟାଲ୍ ମାର୍କସିଟ୍ ଏବଂ ପାସ୍ ସାର୍ଟିଫିକେଟ୍ ପ୍ରଦାନ କରିବ। ପରିଷଦ ସେମାନଙ୍କର ନମ୍ବର ଏବଂ ପାସ୍ ସାର୍ଟିଫିକେଟ୍ ଡିଜିଲକର ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଙ୍କ ପାଇଁ ଉପଲବ୍ଧ କରାଇବ। ବୋର୍ଡ ପରୀକ୍ଷା ମାର୍କ ଏବଂ ପାସ୍ ସାର୍ଟିଫିକେଟ୍ ୪୮ ଘଣ୍ଟା ପରେ ଡିଜି ଲକରରେ ଉପଲବ୍ଧ ହେବ । ଏଥି ସହିତ, CISCE ଏଥର ମେରିଟ୍ ତାଲିକା ପ୍ରକାଶ କରିବ ନାହିଁ ।

ଚଳିତ ବର୍ଷ ଭାରତୀୟ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ଦଶମ ଶ୍ରେଣୀର ୯୯.୩୩ % ଛାତ୍ରଛାତ୍ରୀ ଏବଂ ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀର ୯୬.୮୪ % ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ଗତ ବର୍ଷ ଦଶମ ଶ୍ରେଣୀର ୯୮.୫୪ % ଛାତ୍ରଛାତ୍ରୀ ଏବଂ ଦ୍ୱାଦଶ ଶ୍ରେଣୀର ୯୬.୫୨ % ଛାତ୍ର ସଫଳତା ହାସଲ କରିଥିଲେ। ଗତ ବର୍ଷ ତୁଳନାରେ ଏଥର ଫଳାଫଳ ଭଲ।

ସୂଚନାଯୋଗ୍ୟ ,ଚଳିତ ବର୍ଷ ଦଶମୀରେ ୨,୦୭,୯୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି, ସେଥିମଧ୍ୟରୁ ୨,୦୬,୫୨୫ ଜଣ ପାସ୍ କରିଥିବାବେଳେ ଦ୍ୱାଦଶରେ ୮୮,୪୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି, ସେଥିମଧ୍ୟରୁ ୮୫,୬୧୧ ଜଣ ପାସ୍ କରିଛନ୍ତି।

Share this: