Corona Virus India: ଗତ ୨୪ ଘଣ୍ଟାରେ ୩୦୫୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜୁଲାଇ ମାସଠାରୁ କମ୍

Share this:

ନୂଆଦିଲ୍ଲୀ: ଦେଶକୁ ମିଳିଛି ଖୁସିଖବର। ସୋମବାର ଦେଶରେ ଦୈନିକ କରୋନା ଭୂତାଣୁ (Covid-19) କମିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ରବିବାର ଦିନ ଭାରତରେ କେବଳ ୩୦ ହଜାର ୫୪୮ ଟି ନୂଆ କରୋନା ମାମଲା ହୋଇଥିବାବେଳେ ୪୩୫ ଜଣ ପ୍ରାଣ ହରାଇଛନ୍ତି। ଜୁଲାଇ ମାସଠାରୁ କମ୍ ଗୋଟିଏ ଦିନରେ କରୋନାର ନୂତନ ମାମଲା ରିପୋର୍ଟ ହୋଇଛି।  

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ୩୦ ହଜାର ୫୪୮ ନୂତନ କରୋନା ସଂକ୍ରମିତଙ୍କ ସହିତ ମୋଟ ସଂକ୍ରମିତ ସଂଖ୍ୟା ୮୮ ଲକ୍ଷ ୪୫ ହଜାର ୧୨୭ରେ ପହଞ୍ଚିଛି। ଏଥି ସହିତ, ୪୩୫ ଜଣଙ୍କ ମୃତ୍ୟୁ ହୋଇଛି।  ମୋଟ ମୃତ ୧ ଲକ୍ଷ ୩୦ ହଜାର ୭୦ ରେ ପହଞ୍ଚିଛି। ସକ୍ରିୟ ମାମଲା ବର୍ତ୍ତମାନ ଦେଶରେ ୪ ଲକ୍ଷ ୬୫ ହଜାର ୪୭୮ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ଗୋଟିଏ ଦିନରେ ଏହା ୧୩ ହଜାର ୭୩୮ ହ୍ରାସ ରେକର୍ଡ କରିଛି।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୫୧ ଜଣଙ୍କୁ ଡିସଚାର୍ଜ କରାଯାଇଛି। ମୋଟ ଲୋକଙ୍କ ସଂଖ୍ୟା ୮୨ ଲକ୍ଷ ୪୯ ହଜାର ୫୭୯କୁ ବୃଦ୍ଧି ପାଇଛି।

Also Read | Odisha Covid-19: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୩୪୬ ଜଣ

Share this: