Corona Virus India: ଦେଶରେ ଦିନକରେ ୩୫,୮୭୧ ନୂଆ କରୋନା ସଂକ୍ରମଣ ଚିହ୍ନଟ, ସ୍ଥିତି ବିଗୁଡୁଛି

Share this:

ନୂଆଦିଲ୍ଲୀ: ପୁଣି କରୋନା (Covid-19) ସଂକ୍ରମଣ ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୮୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେହିପରି ୧୭ ହଜାର ୭୪୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏଥିସହିତ ଏହି ସମୟ ମଧ୍ୟରେ ୧୧୭ ଜଣକ ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ମୋଟ ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧ କୋଟି ୧୦ ଲକ୍ଷ ୬୩ ହଜାର ୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨ ଲକ୍ଷ ୫୨ ହଜାର ୩୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ମୋଟ ୧ ଲକ୍ଷ ୫୯ ହଜାର ୨୧୬ ଜଣ କରୋନରେ ଜୀବନ ହରେଇଛନ୍ତି।  

ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ମହାରାଷ୍ଟ୍ର (Maharashtra), ପଂଜାବ (Punjab), କର୍ଣ୍ଣାଟକ (Karnataka), ଗୁଜରାଟ (Gujarat), ତାମିଲନାଡ଼ୁ (Tamil Nadu) ଏବଂ କେରଳ (Kerala) ରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢିଚାଲିଛି। କେବଳ ଏହି ୬ ରାଜ୍ୟରୁ ୮୬.୭ ପ୍ରତିଶତ ନୂଆ ମାମଲା ରହିଛି। ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। ଅନେକ ଜିଲ୍ଲାରେ ନିଷେଧାଦେଶ ଏବଂ ରାତ୍ରି କର୍ଫ୍ୟୁ ଘୋଷଣା ହେବାପରେ ମଧ୍ୟ ମହାରାଷ୍ଟ୍ରରେ ମାମଲା ବନ୍ଦ ହୋଇନାହିଁ। ଦେଶରେ ଏଯାବତ୍‌ ୩ କୋଟି ୪୮ଲକ୍ଷ ୫୯ହଜାର ୩୪୫ ଜଣଙ୍କୁ ଟିକା‌ ଦିଆଯାଇଛି।। ମହାରାଷ୍ଟ୍ର ବ୍ୟତୀତ ବର୍ତ୍ତମାନ ସେହି ରାଜ୍ୟଗୁଡିକରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯେଉଁଠାରେ ଏପର୍ଯ୍ୟନ୍ତ କମ୍ ମାମଲା ରହିଥିଲା।

ଆମେରିକା ଏବଂ ୟୁରୋପର ପରିସଂଖ୍ୟାନ ସୂଚାଇ ଦେଇଛି ଯେ ଭାରତରେ କରୋନାର ଦ୍ୱିତୀୟ ଲହର ଅଧିକ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ପ୍ରକୃତରେ, ଅନୁସନ୍ଧାନକାରୀମାନେ ବିଭିନ୍ନ ଅଧ୍ୟୟନରେ ପ୍ରକାଶ କରିଛନ୍ତି ଯେ କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ବିପଜ୍ଜନକ ଏବଂ ସାଂଘାତିକ ପ୍ରମାଣିତ ହୋଇଛି।

[amazon_auto_links id=”10233″]

Also Read | Covid19 New Strain: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ୭ ଦିନ ପାଇଁ ହୋମ୍‍ କ୍ୱାରେଣ୍ଟାଇନ୍‍

Share this: