ନୂଆଦିଲ୍ଲୀ : ସାରା ବିଶ୍ଵରେ କରୋନା ଭୂତାଣୁ ତାର କାୟାବିସ୍ତାର ଦିନକୁ ଦିନ ବଢେଇବାରେ ଲାଗିଛି। ଅଗଷ୍ଟ ମାସରେ ଆହୁରି ସ୍ଥିତି ଦୟନୀୟ ହେବାକୁ ଯାଉଛି। ଆମେରିକା ଓ ବ୍ରାଜିଲ ପରେ ଅଗଷ୍ଟରେ ଭାରତ ବିଶ୍ୱର ସର୍ବବୃହତ କୋଭିଡ-୧୯ ହଟସ୍ପଟ ଭାବରେ ଉଭା ହେଉଛି। ଏହି ମାସରେ ଭାରତ ସର୍ବାଧିକ ସଂଖ୍ୟକ ନୂତନ ମାମଲା ପଞ୍ଜିକୃତ କରିଛି, ଯାହା ଆମେରିକା ତୁଳନାରେ ଅଧିକ। ବିଶ୍ଵର ସର୍ବାଧିକ କୋଭିଡ-୧୯ ହଟସ୍ପଟ କୁହାଯାଉଥିବା ବ୍ରାଜିଲ ତୁଳନାରେତ ବହୁତ ଅଧିକ। ଭାରତରେ ଶୁକ୍ରବାର ଦିନ, କରୋନା ଭାଇରସ ଯୋଗୁଁ ୬୧ହଜାର ୪୫୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୯୪୦ଜଣଙ୍କର ମୃତ୍ୟୁ ହୋଇଥିଲା।ସେହି ସମୟରେ ବ୍ରାଜିଲରେ ୪୯ ହଜାର ୫୦୨କରୋନା ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ମିଡିଆ ରିପୋର୍ଟ୍ ଅନୁସାରେ ,ଅଗଷ୍ଟ ପ୍ରଥମ ଛଅ ଦିନରେ ଆମେରିକାରେ ୩ ଲକ୍ଷ ୨୬ ହଜାର ୧୧୧ ଓ ବ୍ରାଜିଲରେ ୨ ଲକ୍ଷ ୫୧ ହଜାର ୨୬୪ ଥିଲା ଏବଂ ଭାରତରେ ୩ ଲକ୍ଷ ୨୮ ହଜାର ୯୦୩ ନୂତନ କରୋନା ଭାଇରସ୍ ମାମଲା ରିପୋର୍ଟ ହୋଇଥିଲା। କେବଳ ଅଗଷ୍ଟ ଚାରି ଦିନରେ ଭାରତରେ ରିପୋର୍ଟ ହୋଇଥିବା ମାମଲା ବିଶ୍ୱରେ ସର୍ବାଧିକ । ଗୁରୁବାର ଦିନ ଭାରତ ୨୦ ଲକ୍ଷ ଅତିକ୍ରମ କରିଛି। ଦିନକୁଦିନ ଭାରତରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ସଂକ୍ରମଣର ଅଭିବୃଦ୍ଧି ହାର ୩.୧ %, ଯାହା ଆମେରିକା ଏବଂ ବ୍ରାଜିଲ ତୁଳନାରେ ଅଧିକ। କିନ୍ତୁ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ଏବଂ ବ୍ରାଜିଲ ଭାରତଠାରୁ ଆଗରେ ଅଛନ୍ତି।
ସେହିପରି ଯଦି ରାଜ୍ୟ କଥା ଦେଖାଯାଏ,ତେବେ ପାଞ୍ଚଟି ରାଜ୍ୟ ଗୋଟିଏ ଦିନରେ ସର୍ବାଧିକ ରିପୋର୍ଟ ହୋଇଥିବା ରିପୋର୍ଟ କରିଛନ୍ତି। ଶୁକ୍ରବାର ଦିନ ମହାରାଷ୍ଟ୍ରରେ ନୂଆ କରୋନା ପଜିଟିଭ ୧୦ ହଜାର ୪୮୩ ରେକର୍ଡ ହୋଇଛି। ଆନ୍ଧ୍ରପ୍ରଦେଶରେ ୧୦ ହଜାର ୧୭୧ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯାହା ଏହାକୁ ଦେଶର ତୃତୀୟ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ କରିପାରିଛି। ସେହିପରି ବିହାରରେ ୩ ହଜାର ୬୪୬, ତେଲେଙ୍ଗାନାରେ ୨ ହଜାର ୨୦୭ ,ଓଡିଶାରେ ୧,୮୩୩ ଏବଂ ପଞ୍ଜାବରେ ୧,୦୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋଭିଡ଼ ୧୯ ନିୟମାବଳୀକୁ ଅନୁସରଣ କରି ଘରେ ରୁହନ୍ତୁ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରଖନ୍ତୁ ।