ଓଡ଼ିଶାରେ ଆଜି ନୂଆ ୧୬୪୩ ଜଣ କରୋନା ପଜିଟିଭ ଚିହ୍ନଟ ,ଗଞ୍ଜାମ ଏବଂ ଖୋର୍ଦ୍ଧାରୁ ସମାନ ସଂଖ୍ୟକ ୨୭୪

Share this:

ଭୁବନେଶ୍ଵର :ରାଜ୍ୟରେ ଆଜି ୧୬୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୪ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। କଟକରୁ ୯୮ ଜଣ,କନ୍ଧମାଳ ଜିଲ୍ଲାରୁ ୫୨ ଜଣ,କୋରାପୁଟରୁ ୫୦ ଜଣ, କେନ୍ଦ୍ରାପଡ଼ାରୁ ୧୪ଜଣ ,କେଉଁଝରରୁ ୩ଜଣ ଓ କଳାହାଣ୍ଡିରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୨ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୧୩୬ ଜଣ,  ଯାଜପୁର ଜିଲ୍ଲାରୁ ୩୬ ଜଣ ,ଜଗତସିଂହପୁରରୁ ୨୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୨ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୭ ଜଣ, ବାଲେଶ୍ଵରରୁ ୭୩ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୪୩ ଜଣ ,ବୌଦ୍ଧଜିଲ୍ଲା ରୁ ୭ ଜଣ  ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୯୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୦ ଜଣ ,ନବରଙ୍ଗପୁରରୁ ୫ ଜଣ ଓ ନୂଆପଡ଼ା ରୁ  ଜଣେ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୩୯   ଜଣ ଓ ମାଲକାନଗିରିରୁ ୨୭ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ ଲକ୍ଷ ୩୪ ହଜାର ୯୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୪ ହଜାର ୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮  ହଜାର ୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୫ ହଜାର ୧୮୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: