Corona Odisha: ରାଜ୍ୟରେ କରୋନା ପ୍ରକୋପ ଜାରି, ପୁଣି ୪ ହଜାର ୮୫୧ଜଣ ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା ତାର ପ୍ରକୋପ ଜାରି ରଖି ତୀବ୍ର ଗତିରେ ଆଗକୁ ବଢି ଚାଲିଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ଭାବେ ୪ ହଜାର ୮୫୧ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୮୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦୩୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ସର୍ବାଧିକ ୭୦୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୧୧ଜଣ, ବାଲେଶ୍ଵରରୁ ୫୨ଜଣ, ବରଗଡ଼ରୁ ୩୧୮ଜଣ, ଭଦ୍ରକରୁ ୭୩ଜଣ, ବଲାଙ୍ଗୀରିରୁ ୨୨୭ଜଣ, ବୌଦ୍ଧରୁ ୨୨ଜଣ, କଟକରୁ ୩୦୪ଜଣ, ଦେଓଗଡ଼ରୁ ୩୫ଜଣ, ଢେଙ୍କାନାଳରୁ ୩୧ଜଣ, ଗଜପତିରୁ ୩୫ଜଣ, ଗଞ୍ଜାମରୁ ୧୫୧ଜଣ, ଜଗତସିଂପୁରରୁ ୩୯ଜଣ, ଯାଜପୁରରୁ ୬୪ଜଣ, ଝାରସୁଗୁଡାରୁ ୨୯୦ଜଣ, କଳାହାଣ୍ଡିରୁ ୭୯ଜଣ, କନ୍ଧମାଳରୁ ୨୭ଜଣ, କେଉଁଝରରୁ ୧୬୬ଜଣ, କୋରାପୁଟରୁ ୬୨ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, ମୟୁରଭଞ୍ଜରୁ ୭୮ଜଣ, ମାଲକାନଗିରିରୁ ୩୧ଜଣ, ନବରଙ୍ଗପୁରରୁ ୧୯୪ଜଣ, ନୟାଗଡ଼ରୁ ୬୬ଜଣ,ନୂଆପଡ଼ାରୁ ୪୮୬ଜଣ, ପୁରୀରୁ ୨୨୩ଜଣ, ରାୟଗଡାରୁ ୮୫ଜଣ, ସମ୍ବଲପୁରରୁ ୧୭୧ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୫୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୪୫ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୭ ଲକ୍ଷ ୬ ହଜାର ୯୪୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୮୨ହଜାର ୩୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭୪୦ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୯ ହଜାର ୩୭୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ହଜାର ୯୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
[amazon_auto_links id=”10233″]
Also Read | Corona Vaccine: ମେ ୧ରୁ ୧୮ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟୀକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ