Corona Odisha: ଆଜି ଓଡ଼ିଶାରୁ ୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ
ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା ଦ୍ଵିତୀୟ ଲହର ତୀବ୍ର ଗତିରେ ଆଗକୁ ବଢି ଚାଲିଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୪ ହଜାର ୪୪୫ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୫୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ସର୍ବାଧିକ ୭୨୨ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୮୭ଜଣ, ବାଲେଶ୍ଵରରୁ ୧୨୩ଜଣ, ବରଗଡ଼ରୁ ୧୭୮ଜଣ, ଭଦ୍ରକରୁ ୪୩ଜଣ, ବଲାଙ୍ଗୀରିରୁ ୧୬୮ଜଣ, ବୌଦ୍ଧରୁ ୨୧ଜଣ, କଟକରୁ ୨୫୧ଜଣ, ଦେଓଗଡ଼ରୁ ୩୫ଜଣ, ଢେଙ୍କାନାଳରୁ ୨୦ଜଣ, ଗଜପତିରୁ ୧୦ଜଣ, ଗଞ୍ଜାମରୁ ୬୨ଜଣ, ଜଗତସିଂପୁରରୁ ୩୩ଜଣ, ଯାଜପୁରରୁ ୫୮ଜଣ, ଝାରସୁଗୁଡାରୁ ୨୩୧ଜଣ, କଳାହାଣ୍ଡିରୁ ୨୭୩ଜଣ, କନ୍ଧମାଳରୁ ୨୯ଜଣ, କେଉଁଝରରୁ ୭୫ଜଣ, ଖୋର୍ଦ୍ଧାରୁ ୫୮୭ଜଣ, କୋରାପୁଟରୁ ୨୧ଜଣ, କେନ୍ଦ୍ରାପଡ଼ାରୁ ୩୫ଜଣ, ମୟୁରଭଞ୍ଜରୁ ୧୦୦ଜଣ, ମାଲକାନଗିରିରୁ ୯ଜଣ, ନବରଙ୍ଗପୁରରୁ ୧୨୭ ଜଣ, ନୟାଗଡ଼ରୁ ୫୦ଜଣ,ନୂଆପଡ଼ାରୁ ୪୩୭ଜଣ, ପୁରୀରୁ ୨୧୯ଜଣ, ରାୟଗଡାରୁ ୫୩ଜଣ, ସମ୍ବଲପୁରରୁ ୨୪୧ଜଣ, ସୋନପୁରରୁ ୨୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୨୫ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୬ ଲକ୍ଷ ୩୬ ହଜାର ୫୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୭୨ ହଜାର ୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୩୦୯ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୬ ହଜାର ୧୩୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ହଜାର ୫୬୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
[amazon_auto_links id=”10233″]
Also Read | Corona ଏଥର ବାୟୁ ମାଧ୍ୟମରେ ବ୍ୟାପୁଛି! କିପରି ଏହାକୁ ଏଡାଇ ହେବ ବିଶେଷଜ୍ଞ କହିଲେ ଉପାୟ