Corona Angul: ଟିକେ କମିଲା ସଂକ୍ରମଣ,ଆଜି ଆଉ ୫୦୭ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆଜି ଟିକେ କମିଛି କରୋନା (Corona Virus) ସଂକ୍ରମଣ। କିନ୍ତୁ ବିପଦ ଟଳିନି। ଆଜି ଜିଲ୍ଲାରେ ୫୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୭୨୦ରେ ପହଞ୍ଚିଛି।

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୩୧ଜଣ (୮୧ଜଣ ପୁରୁଷ ଓ ୫୦ ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୫୭ଜଣ (୩୫ଜଣ ପୁରୁଷ ଓ ୨୨ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୫ଜଣ (୩୮ଜଣ ପୁରୁଷ ଓ ୧୭ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୫୩ଜଣ (୩୩ଜଣ ପୁରୁଷ ଓ ୨୦ଜଣ ମହିଳା), ଅନୁଗୋଳ ବ୍ଳକ୍ ଅଂଚଳରୁ ୫୧ଜଣ (୨୭ ଜଣ ପୁରୁଷ,୨୨ଜଣ ମହିଳା ଓ ୨ଜଣ କିନ୍ନର), କଣିହାଁ ବ୍ଳକ୍ ଅଂଚଳରୁ ୪୭ଜଣ (୨୭ଜଣ ପୁରୁଷ ଓ ୨୦ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୪୩ଜଣ (୨୮ଜଣ ପୁରୁଷ ଓ ୧୫ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୧ଜଣ (୧୨ଜଣ ପୁରୁଷ ଓ ୯ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୨୧ଜଣ (୧୬ଜଣ ପୁରୁଷ ଓ ୫ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୭ଜଣ (୧୧ଜଣ ପୁରୁଷ ଓ ୬ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୧ଜଣ (୫ଜଣ ପୁରୁଷ ଓ ୬ଜଣ ମହିଳା) ଅଛନ୍ତି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ  ସଂଖ୍ୟା ୭୧୩ରେ ପହଂଚିଛି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୩ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୫୫୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୪ ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | 2-deoxy-D-Glucose: ଲଞ୍ଚ ହେଲା କରୋନା ମହୌଷଧି

Share this: