Breaking NewsCORONA UPDATESଜାତୀୟ

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଚେତନ ଚୌହାନ କରୋନାରେ ଦେହାନ୍ତ

Share this:

ଲକ୍ଷ୍ନୌ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଚେତନ ଚୌହାନ କରୋନାରେ ଦେହାନ୍ତ ହୋଇଯାଇଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ  ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କରୋନା ସଂକ୍ରମଣ ହେତୁ ଆଜି ତାଙ୍କର ଦେହାନ୍ତ ହୋଇଛି।

ଗତ ଶନିବାର ଦିନ ୭୩  ବର୍ଷିୟ ଚେତନ ଚୌହାନଙ୍କୁ ମେଦାନ୍ତକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିଲା।  ସେ ସେଠାରେ ଲାଇଫ ସହାୟତା ବ୍ୟବସ୍ଥାରେ ଥିଲେ। କରୋନା ଭୂତାଣୁ ସଂକ୍ରମଣ କାରଣରୁ ଦୀର୍ଘ ଦିନ ଧରି ସଞ୍ଜୟ ଗାନ୍ଧୀ ପିଜି ମେଡ଼ିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଲକ୍ଷ୍ନୌ  ରୁ ଗୁରୁଗ୍ରାମର ମେଦାନ୍ତ  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ କ୍ରିକେଟ୍ ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ବର୍ତ୍ତମାନ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମରିକ କଲ୍ୟାଣ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ମନ୍ତ୍ରଣାଳୟର ଥିଲେ।

ଚେତନ ଚୌହାନ ଦୁଇଥର ବିଜେପି ସାଂସଦ ହୋଇଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଜନତା ପାର୍ଟି ରାଜନୀତିରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଆସୁଥିଲେ।

Share this: