ସିବିଏସ୍‌ଇ ନବମ-ଦ୍ୱାଦଶ ସଂଶୋଧନ ସିଲାବସ ବର୍ତ୍ତମାନ ୱେବସାଇଟ ରେ ଉପଲବ୍ଧ

Share this:
  • ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ
  • ମୁଖ୍ୟ ବିଷୟଗୁଡ଼ିକ ଅପରିବର୍ତ୍ତିତ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, ସାଂପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ହେଉଥିବା ପାଠ୍ୟକ୍ରମକୁ ହ୍ରାସ ଓ ସଂଶୋଧିତ କରି ଛାତ୍ରଛାତ୍ରୀଙ୍କ ପାଠ୍ୟ ବୋଝ ହ୍ରାସ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)କୁ ନିର୍ଦେଶ ଦିଆଯାଇଛି।

ସେ କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ପାଠ୍ୟକ୍ରମ ହ୍ରାସ ନେଇ ସେ ଶିକ୍ଷାବିତ୍‌ଙ୍କଠାରୁ ସୋସିଆଲ ମିଡିଆରେ ପ୍ରସ୍ତାବ ଆହ୍ୱାନ କରିଥିଲେ। ଏଥିରେ ପ୍ରାୟ ୧୫ ହଜାର  ରୁ ଅଧିକ ପ୍ରସ୍ତାବ ଆସିଥିଲା। ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ପାଠ୍ୟକ୍ରମରେ ଯେଉଁ ପରିବର୍ତ୍ତନ କରାଯିବ ତାହା ସଂପୃକ୍ତ କୋର୍ସ କମିଟି ସୁପାରିସ ଆଧାରରେ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପାଠ୍ୟକ୍ରମ କମିଟି ଏବଂ ବୋର୍ଡର ପରିଚାଳନା କମିଟିର ଅନୁମୋଦନ ନିଆଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣ ଫଳରେ ଭାରତ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଏବେ ଯେଉଁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି ସେ ପରିସ୍ଥିତିରେ ପିଲାମାନଙ୍କ ପାଠ୍ୟକ୍ରମ ହ୍ରାସ କରିବା ଅପରିହାର୍ଯ୍ୟ ହୋଇଛି। ସୁତରାଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ରଖି ଅବଶିଷ୍ଟ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ ଦିଆଯାଇଛି।

ସ୍କୁଲର ମୁଖ୍ୟ ଏବଂ ଶିକ୍ଷକମାନଙ୍କୁ ବୋର୍ଡ ପକ୍ଷରୁ ଏ ନେଇ ଆବଶ୍ୟକ ପରାମର୍ଶ ଦିଆଯାଇଛି। ଯେଉଁସବୁ ବିଷୟବସ୍ତୁକୁ ବାଦ ଦିଆଯାଇଛି ଆବଶ୍ୟକସ୍ଥଳେ ବିଭିନ୍ନ ବିଷୟରେ ପଢାଇବାବେଳେ ସେ ସବୁର ଆବଶ୍ୟକତା ପଡିଲେ ତାହା ପିଲାମାନଙ୍କୁ ବୁଝାଇଦେବାକୁ ଶିକ୍ଷକମାନଙ୍କୁ କୁହାଯାଇଛି। ତେବେ ସଂକ୍ଷିପ୍ତ ପାଠ୍ୟକ୍ରମ ଇଣ୍ଟରନାଲ ଆସେସ୍‌ମେଣ୍ଟର ଅଂଶବିଶେଷ ହେବନାହିଁ  କିମ୍ବା ବାର୍ଷିକ ବୋର୍ଡ ପରୀକ୍ଷାରେ ଏଥିରୁ ପ୍ରଶ୍ନ ଆସିବ ନାହିଁ। ବିକଳ୍ପ ଏକାଡେମିକ୍‌ କ୍ୟାଲେଣ୍ଡର ଏବଂ ଏନ୍‌ସିଇଆରଟିର ବିଭିନ୍ନ ପାଠ୍ୟ କୌଶଳ ତଥା ଖସଡ଼ାକୁ ଅନୁସରଣ କରି ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବେ।

ପ୍ରଥମରୁ ଅଷ୍ଟମ ବା ପ୍ରାଥମିକ ଶ୍ରେଣୀଗୁଡିକରେ ଏନ୍‌ସିଇଆରଟି ଦ୍ୱାରା ନିର୍ଦ୍ଧାରିତ ଶୈକ୍ଷିକ ପାଠ୍ୟକ୍ରମ ପ୍ରବର୍ତ୍ତନ ହେବ ଏବଂ ସବୁ ସ୍କୁଲରେ ବିକଳ୍ପ ଏକାଡେମିକ୍‌ କ୍ୟାଲେଣ୍ଡର ବାଧ୍ୟତାମୂଳକ ହେବ। ସିବିଏସ୍‌ଇର ଏକାଡେମିକ୍‌ ୱେବସାଇଟ www.cbseacademic.nic.inରେ ଏହି ସଂଶୋଧିତ ସିଲାବସ୍‌ ଉପଲବ୍ଧ।

Share this: