Malkangiri:ଡଙ୍ଗା ବୁଡ଼ିରେ ୫ ମୃତ ଓ ୩ ନିଖୋଜ

Share this:

ମାଲକାନଗିରି:ମାଲକାନଗିରି (Malkangiri) ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟି ୩ ଜଣ ନିଖୋଜ ଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ୩ ଜଣ ପହଁରି ପହଁରି ଡଙ୍ଗା ଘାଟରେ ପହଂଚିବାରେ ସକ୍ଷମ ହୋଇଛନ୍ତି।

ସୂଚନା ଅନୁସାରେ ଜିଲ୍ଲାର ଚିତ୍ରକୋଣ୍ଡା (Chitrakonda) ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଂଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା (Kandhaguda and Gunthaguda) ଗ୍ରାମର ୧୧ ଜଣ ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟସ୍ଥ ସାଙ୍ଗରେଡିର ଏକ ଇଟା ଭାଟିରେ କାମ କରିବାକୁ ଯାଇ ନିଜ ଗ୍ରାମକୁ ଫେରୁଥିଲେ। ଗତକାଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ ସୁନାରାମ ହେମରମଙ୍କ ନେତୃତ୍ୱରେ ଓଡ୍ରାଫ ଓ କୋରୁକୋଣ୍ଡା ଅଗ୍ନିଶ୍ରମ ସେବା ବାହୀନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଜଣେ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିଥିଲେ। ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଅନ୍ୟ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରୀ ରହିଛି।

Also Read | Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି

Share this: