Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ୩୩୬ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ୧୫ ହଜାରରୁ ଅଧିକ ସଂକ୍ରମିତ
ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଲଗାତାର ୨ଦିନ ଧରି ୩ ଶହରୁ ଅଧିକ କରୋନା ସଂକ୍ରମିତ (Corona ) ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ୩୪୫ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୯ଜଣ ଅନ୍ୟ ଜିଲ୍ଲାର। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୪ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୯ ରେ ପହଂଚିଛି।
ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୬ଜଣଙ୍କ ମଧ୍ୟରୁ ୪୦ଜଣ ପୁରୁଷ ଓ ୧୬ଜଣ ମହିଳା, ତାଳଚେର ବ୍ଲକ୍ ଅଂଚଳରୁ ୪୫ଜଣଙ୍କ ମଧ୍ୟରୁ ୨୩ଜଣ ପୁରୁଷ ଓ ୨୨ଜଣ ମହିଳା, କଣିହାଁ ବ୍ଳକ୍ ଅଂଚଳରୁ ୪୫ଜଣଙ୍କ ମଧ୍ୟରୁ ୩୫ଜଣ ପୁରୁଷ ଓ ୧୦ଜଣ ମହିଳା, ବଅଁରପାଳ ବ୍ଳକ୍ ଅଂଚଳରୁ ୪୫ଜଣଙ୍କ ମଧ୍ୟରୁ ୩୧ଜଣ ପୁରୁଷ ଓ ୧୪ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୪୩ଜଣଙ୍କ ମଧ୍ୟରୁ ୩୦ଜଣ ପୁରୁଷ ଓ ୧୩ଜଣ ମହିଳା, ତାଳଚେର ପୌରାଞ୍ଚଳରୁ ୩୬ଜଣଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୧୭ଜଣ ମହିଳା, କିଶୋରନଗର ବ୍ଳକ୍ ଅଂଚଳରୁ ୨୨ଜଣଙ୍କ ମଧ୍ୟରୁ ୧୭ଜଣ ପୁରୁଷ ଓ ୫ଜଣ ମହିଳା, ପାଳଲହଡା ବ୍ଳକ ଅଂଚଳରୁ ୧୭ଜଣଙ୍କ ମଧ୍ୟରୁ ୧୩ଜଣ ପୁରୁଷ ଓ ୪ଜଣ ମହିଳା, ଅନୁଗୁଳ ବ୍ଳକ୍ ଅଂଚଳରୁ ୧୫ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଓ ୫ଜଣ ମହିଳା, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୯ଜଣଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୪ଜଣ ମହିଳା ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୩ଜଣଙ୍କ ମଧ୍ୟରୁ ୩ଜଣ ପୁରୁଷ ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।
Related Post : Corona Vaccination: ଆଜିଠାରୁ ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକା ପଞ୍ଜୀକରଣ ଆରମ୍ଭ, କେଉଁଠାରେ ଏବଂ କିପରି କରିବେ Registration