ଆଜି ଅନୁଗୁଳରୁ ୪୫୮ ଜଣ Covid19 ପଜିଟିଭ ଚିହ୍ନଟ,ସୁସ୍ଥ ୧୦୧୨ଜଣ

Share this:

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରେ ୪୫୮ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୬୦୯ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୦୫ଜଣ (୬୭ଜଣ ପୁରୁଷ ଓ ୩୮ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୯୯ ଜଣ(୫୭ଜଣ ପୁରୁଷ ଓ ୪୨ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୫୬ଜଣ (୩୧ଜଣ ପୁରୁଷ ଓ ୨୫ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୫୫ଜଣ (୨୮ଜଣ ପୁରୁଷ ଓ ୨୭ଜଣ ମହିଳା), ଅନୁଗୋଳ ବ୍ଳକ୍ ଅଂଚଳରୁ ୩୯ଜଣ (୨୧ଜଣ ପୁରୁଷ ଓ ୧୮ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୩୦ଜଣ (୧୯ଜଣ ପୁରୁଷ ଓ ୧୧ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୨୫ଜଣ (୧୭ଜଣ ପୁରୁଷ ଓ ୮ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୮ଜଣ ( ୧୦ଜଣ ପୁରୁଷ ଓ ୮ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୬ଜଣ (୯ ଜଣ ପୁରୁଷ ଓ ୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୨ଜଣ (୭ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୩ଜଣ (୩ଜଣ ପୁରୁଷ ) ଅଛନ୍ତି।

ଆଜି ଜିଲାରୁ ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୫ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ  ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୧୦୧୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୪ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid-19: ରାଜ୍ୟରୁ ଆଜି ୩୭ଜଣଙ୍କ କରୋନାରେ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ

SFH_Hero_PC_1x._CB667323714_
Share this: