Angul Covid19:ଆଜି ଅନୁଗୁଳ ଜିଲ୍ଲାରୁ ୫୮୦ ଜଣ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୨୮ ଜଣ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ପଜିଟିଭ (Corona Positive) ସଂଖ୍ୟା, ଯାହାକି ଚିନ୍ତା ବଢାଉଛି। ପୁଣି ଆଜି ଅନୁଗୁଳ ଜିଲ୍ଲାରୁ ୫୮୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ହଜାର ୯୧୧ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୦୫ଜଣ (୭୮ ଜଣ ପୁରୁଷ ଓ ୨୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୮୧ଜଣ (୫୦ଜଣ ପୁରୁଷ ଓ ୩୧ଜଣ ମହିଳା), ଅନୁଗୋଳ ବ୍ଳକ୍‌ ଅଂଚଳରୁ ୬୩ଜଣ (୪୪ଜଣ ପୁରୁଷ ଓ ୧୯ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୬୦ଜଣ (୪୫ଜଣ ପୁରୁଷ ଓ ୧୫ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୬୦ଜଣ (୪୪ଜଣ ପୁରୁଷ ଓ ୧୬ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୯ଜଣ (୪୬ ଜଣ ପୁରୁଷ ଓ ୧୩ ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୫୨ଜଣ (୪୫ଜଣ ପୁରୁଷ ଓ ୭ଜଣ ମହିଳା), ଆଠମଲ୍ଲିକ ବ୍ଳକ ଅଂଚଳରୁ ୩୯ଜଣ (୨୭ଜଣ ପୁରୁଷ ଓ ୧୨ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୮ଜଣ (୨୧ଜଣ ପୁରୁଷ ଓ ୭ ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୬ଜଣ (୧୪ଜଣ ପୁରୁଷ ଓ ୧୨ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୭ଜଣ (୪ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୬ ଜଣଙ୍କୁ ତାଳଚେର କୋଭିଡ଼  ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ  ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ  ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୩୨୮ ଜଣ ସୁସ୍ଥ ହୋଇଛନ୍ତି।

amazon-adv

Also Read | Corona: କରୋନାରୁ ସୁସ୍ଥ ହେବା ପରେ ଟୁଥ୍ ବ୍ରଶ୍ କ’ଣ ପରିବର୍ତ୍ତନ କରିବାକୁ ପଡିବ? ବିଶେଷଜ୍ଞ କୁହନ୍ତି…

Share this: