Angul Covid-19: ଆଜି ଅନୁଗୁଳ ଜିଲ୍ଲାରୁ ୧୦୨ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ୧୦୨ଜଣ ନୂଆ କରୋନା ପଜିଟିଭ (Coronavirus Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୪୧ ହଜାର ୫୭୫ରେ ପହଞ୍ଚିଲା

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୯ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୮ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୪ଜଣ, ଅନୁଗୁଳ ବ୍ଲକ ଅଂଚଳରୁ ୧୩ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୧୧ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୦ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୯ଜଣ, ପାଳଲହଡା ବ୍ଳକ୍‌ ଅଂଚଳରୁ ୪ଜଣ, ତାଳଚେର ପୌରାଞ୍ଚଳରୁ ୩ଜଣ ଓ କିଶୋରନଗର ବ୍ଳକ୍ ଅଂଚଳରୁ ୧ଜଣ ଅଛନ୍ତି।

Also Read | Corona:ଢେଙ୍କାନାଳ ଜିଲ୍ଲାରୁ ଆଜି ନୂଆ ୧୨୪ଜଣ କରୋନା ପଜିଟିଭ ଚିହ୍ନଟ

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୯ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

mahimalive

ଆଜି ଅନୁଗୁଳ ଜିଲ୍ଲାରୁ ୧୪୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୮୬ଜଣ ମୃତ୍ୟୁବରଣ କଲେଣି ଏବଂ ଆଜି ସୁଦ୍ଧା ୩ ଲକ୍ଷ ୨୨ହଜାର ୯୯୫ଜଣଙ୍କୁ ଟିକା ଦିଆଗଲାଣି।

Also Read | Odisha Covid-19: ରାଜ୍ୟରୁ ୬୧ଜଣଙ୍କ ଜୀବନ ନେଲା କରୋନା

[amazon_auto_links id=”9932″]
Share this: