Covid-19 Angul: ଅନୁଗୁଳ ଜିଲ୍ଲାରୁ ପୁଣି ୩୨୦ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ପୁଣି ରବିବାର ଦିନ ୩୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ହଜାର ୬୧୪ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନଂକ ସଂଖ୍ୟା ୩୮୯ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୭୧ଜଣ ( ୫୪ଜଣ ପୁରୁଷ ଓ ୧୭ଜଣ ମହିଳା), ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୪୬ଜଣ ( ୩୪ଜଣ ପୁରୁଷ ଓ୧୨ ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୩୬ଜଣ ( ୩୧ଜଣ ପୁରୁଷ ଓ ୫ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୩୬ଜଣ ( ୨୮ଜଣ ପୁରୁଷ ଓ୮ ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୩୪ଜଣ (୨୨ ଜଣ ପୁରୁଷ ଓ ୧୨ଜଣ ମହିଳା), ଅନୁଗୋଳ ବ୍ଲକ ଅଂଚଳରୁ ୨୭ଜଣ (୧୯ଜଣ ପୁରୁଷ ଓ ୮ ଜଣ ମହିଳା), ପାଳଲହଡା ବ୍ଳକ ଅଂଚଳରୁ ୨୫ଜଣ ୨୨ଜଣ ପୁରୁଷ ଓ ୩ଜଣ ମହିଳା), କଣିହାଁ ବ୍ଲକ ଅଂଚଳରୁ ୨୦ଜଣ ( ୧୬ଜଣ ପୁରୁଷ ଓ୪ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୦କଣ ( ୬ଜଣ ପୁରୁଷ ଓ ୪ଜଣ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୦ଜଣ ( ୫ଜଣ ପୁରୁଷ ଓ ୫ଜଣ ମହିଳା) ଏବଂ କିଶୋରନଗର ବ୍ଳକ୍ ଅଂଚଳରୁ ୫ଜଣ (୪ କଣ ପୁରୁଷ ଓ ୧ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୪୮ ଜଣଙ୍କୁ ତାଳଚେର କୋଭିତ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolution ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ରବିବାର ଅନୁଗୋଳ ଜିଲ୍ଲାରୁ ୧୪୦ ଜଣ ସୁସ୍ଥ ହୋଇଛନ୍ତି।

ଅପରାହ୍ନରେ ଜିଲ୍ଲାପାଳ କରୋନାର ସ୍ଥିତି ଓ ବିଭିନ୍ନ ଆନୁସଂଗୀକ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଂକର ସୁବିଧାକୁ ଦୃଷ୍ଟିରେ ରଖୁ ସେମାନଂକ ପାଖରେ ଖାଦ୍ୟ ଓ ପାଣି ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଆକ୍ରାନ୍ତମାନଂକୁ ଆବଶ୍ୟକ କିଟ୍ ବ୍ୟାଗ୍ ଯୋଗାଇ ଦେବା ସହ କରୋନାରେ ଆକ୍ରାନ୍ତ ବ୍ୟକ୍ତିମାନଂକୁ ଘରୁ ହସପିଟାଲ ଆଣିବା ନିମନ୍ତେ ଆଂଚଳିକ ପରିବହନ ଅଧିକାରୀକ ସହାୟତାରେ ଆବଶ୍ୟକ ଗାଡି ଯୋଗାଇ ଦେବାକୁ ସ୍ଥିର କରାଗଲା। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ଓ ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିଭାଭଞ୍ଜନ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

amazon-adv

Related Post : Corona Virus Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୮୬ଜଣ କରୋନା ପଜିଟିଭ ଚିହ୍ନଟ

Share this: