ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ

Share this:

ଭୁବନେଶ୍ଵର: ଆଜିର ଦିନରେ ଆଧାର କାର୍ଡ ( Aadhaar Card )ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ( Document )ରେ ପରିଣତ ହୋଇଛି। ଏହା କେତେ ଯେ ଜରୁରୀ କାହାକୁ ବୁଝାଇବାକୁ ପଡିବନି। ଅଧିକାଂଶ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବ୍ୟାଙ୍କ, ଟଙ୍କା ପଇସା କାରବାର, ଘର କିଣିବା, କାର କିଣିବା କିମ୍ବା ଅନ୍ୟ କାମରେ ପ୍ରଥମେ ଆଧାର କାର୍ଡ ଆବଶ୍ୟକ ପଡୁଛି। ଏପରି ପରିସ୍ଥିତିରେ ଆଧାର ଅପଡେଟ୍ ଅପଡେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଣେ ତାଙ୍କ ଆଧାର କାର୍ଡ ରେ ତାଙ୍କ ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି (e- mail id) ଅପଡେଟ୍ ( Update ) କରିପାରିବେ ଆଧାର କାର୍ଡ ଅପଡେଟ୍ ଆଧାର କାର୍ଡ ଉଭୟ ଅନଲାଇନ୍ ( Online )ଏବଂ ଅଫଲାଇନ ( offline )ରେ ଅପଡେଟ୍ ହୋଇପାରିବ।

ୟୁଆଇଡିଏଆଇ ( Unique Identification Authority of India -UIDAI ) ଆଧାର ଅପଡେଟ୍ ପ୍ରକ୍ରିୟାକୁ ଅତି ସହଜ କରିଛି।  ଅନଲାଇନ ଏବଂ ଅଫଲାଇନରେ ଜଣେ ନିଜର ଆଧାର କାର୍ଡ ( Aadhaar Update )କରିପାରିବେ। UIDAI କାର୍ଯ୍ୟାଳୟ ଅନୁଯାୟୀ ଆଧାର କାର୍ଡଧାରୀ ଆଧାର କାର୍ଡରେ ତାଙ୍କ ନାମ ( Name ) କୁ କେବଳ ଦୁଇଥର ଅପଡେଟ୍ କରିପାରିବେ। ଆଧାର କାର୍ଡଧାରୀମାନେ ସେମାନଙ୍କର ନାମ ପରିବର୍ତ୍ତନ କରିବାକୁ ହେଲେ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ିବ।ଏହା ବ୍ୟତୀତ ନାମଗୁଡ଼ିକୁ ଅପଡେଟ୍ କରିବା ପାଇଁ ଅନ୍ଲାଇନ୍ ସେବା ମଧ୍ୟ ବ୍ୟବହାର କରାଯାଇପାରିବ। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା UIDAI )ର କାର୍ଯ୍ୟାଳୟ ଅନୁଯାୟୀ ଆଧାର କାର୍ଡଧାରୀ ନିଜ ଜନ୍ମ ତାରିଖ ( Date Of Birth ) ଏବଂ ଲିଙ୍ଗ ( Gender )କୁ ଜୀବନରେ କେବଳ ଥରେ ଅପଡେଟ୍ କରିପାରିବେ।

Also Read:

Share this: