ଗତ ୨୪ ଘଣ୍ଟାରେ ଦେଶରେ ୭୬,୪୭୨କରୋନା ସଂକ୍ରମିତ ଚିହ୍ନଟ,ମୋଟ ୩୪ ଲକ୍ଷ ପାର ; ୧୦୨୧ ମୃତ୍ୟୁ

Share this:

ନୂଆଦିଲ୍ଲୀ:ବର୍ତ୍ତମାନ ଦେଶରେ ବଢୁଥିବା କରୋନା ( Covid-19 ) ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଲାଗୁଛି ଭାରତରେ ଆମେରିକା ସ୍ଥିତି ହୋଇପାରେ। ଗତ କିଛି ଦିନ ହେଲା ଭାରତରେ କରୋନା ଭୂତାଣୁ ରେକର୍ଡ କରି ବୃଦ୍ଧି ପାଉଛି। ଦେଶରେ କରୋନା ଭୂତାଣୁ ସଙ୍କ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ୭୬ ହଜାର ୪୭୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୦୨୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଅପେକ୍ଷା ଆଜି କରୋନା ମାମଲା ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସମୁଦାୟ କରୋନା ମାମଲା ୩୪ ଲକ୍ଷ ୬୩ ହଜାର ୯୭୩ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୭ ଲକ୍ଷ ୫୨ ହଜାର ୪୨୪ ସକ୍ରିୟ ମାମଲା ଥିବାବେଳେ ୨୬ ଲକ୍ଷ ୪୮ ହଜାର ୯୯୯ ଜଣ ଲୋକ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଦେଶର କରୋନାରେ  ମୃତ୍ୟୁ ସଂଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି। ଯାହାକି ବହୁତ ଚିନ୍ତାଜନକ ବିଷୟ ଅଟେ। କାରଣ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ମୃତ୍ୟୁ ଦୃଷ୍ଟିରୁ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି, କିନ୍ତୁ ଖୁବ୍ ଶୀଘ୍ର ଏହା ମେକ୍ସିକୋ (Mexico )କୁ ଅତିକ୍ରମ କରି ବିଶ୍ୱର ତୃତୀୟ ସର୍ବାଧିକ ଦେଶ ହେବ। ବର୍ତ୍ତମାନ ମେକ୍ସିକୋ ୬୩ ହଜାର ୧୪୬, ବ୍ରାଜିଲ ଲକ୍ଷେ ୧୯ ହଜାର ୫୯୪ ଏବଂ ଆମେରିକା ଲକ୍ଷେ ୮୫ ହାଜର ୯୦୧ କରୋନରେ ମୃତ୍ୟୁ ସଂଖ୍ୟା ରହିଛି।

Also Read:

Share this: