Breaking NewsCORONA UPDATESଓଡ଼ିଶା

Odisha Covid19: ଆଜି ରାଜ୍ୟରେ ୧୨୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୧୨୧୯ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୨ ଜଣ, ଅନୁଗୋଳରୁ ୭୮ ଜଣ, ଗଞ୍ଜାମରୁ ୧୫ ଜଣ, କଟକରୁ ୧୦୬ ଜଣ, କନ୍ଧମାଳ ଜିଲ୍ଲାରୁ ୧୦ଜଣ, କୋରାପୁଟରୁ ୨୮ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, କେଉଁଝରରୁ ୪୦ ଜଣ ଓ କଳାହାଣ୍ଡିରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୧୦୭ ଜଣ ଓ ସୋନପୁର ଜିଲ୍ଲାରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୩୨ ଜଣ, ଜଗତସିଂହପୁରରୁ  ୫୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି।

[masterslider id=”2″]

ସେହିପରି ବରଗଡ଼ରୁ ୩୯ ଜଣ, ବାଲେଶ୍ଵରରୁ ୧୦୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୬ ଜଣ, ବୌଦ୍ଧରୁ ୫ ଜଣ ଏବଂ ଭଦ୍ରକରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୪ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୨୩ ଜଣ, ନବରଙ୍ଗପୁରରୁ ୧୩ ଜଣ ଓ ନୂଆପଡ଼ାରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୩୦ ଜଣ, ଦେଓଗଢ଼ରୁ ୯ ଜଣ, ରାୟଗଡାରୁ ୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୮୩ ଜଣ ଏବଂ ମାଲକାନଗିରିରୁ ୫ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୯ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୯ ଲକ୍ଷ ୮୪ ହଜାର ୫୫୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୨ ହଜାର ୭୯୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨ ଲକ୍ଷ ୮୮ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୧୩୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read |Corona Vaccine: ଓଡ଼ିଶାରେ ହେବ କରୋନା ଟିକା ତିଆରି ୟୁନିଟ୍‍

 

Share this: