Angul Covid19: ଅନୁଗୋଳ ଜିଲ୍ଲାରୁ ଆଜି ପୁଣି ୧୭୧ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ (Angul) ଜିଲ୍ଲାରୁ ଆଜି ଗୁରୁବାର ପୁଣି ୧୭୧ ଜଣ ନୂଆ କରୋନା (Covid-19) ପଜିଟିଭ ଚିହ୍ନଟ ହୋଇଛନ୍ତି।ଜିଲ୍ଲାରେ ମୋଟ ଚିହ୍ନଟ ସଙ୍କ୍ରମିତାଙ୍କ ସଂଖ୍ୟା ୫ ହଜାର ୫୯୧ରେ ପହଞ୍ଚିଛି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଞ୍ଚଳରୁ ୫୧ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୬ ଜଣ, ତାଳଚେର ପୌରାଞ୍ଚଳରୁ ୨୭ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୦ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୩ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୮ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଳକ୍ ଅଞ୍ଚଳରୁ ୫ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ ଜଣ ଓ ଅନୁଗୋଳ ବ୍ଲକ୍ ଅଞ୍ଚଳରୁ ୨ ଜଣ ଅଛନ୍ତି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଛନ୍ତି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୧୩୩ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କୋଭିଡ ହସପିଟାଲରୁ, ୮ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୦୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read |Odisha Covid19: ଆଜି ପୁଣି ନୂଆ ୩୧୪୪ ଜଣ କରୋନା ପଜିଟିଭ ଚିହ୍ନଟ

Share this: