Farmer Bills: କୃଷି ବିଲକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: କୃଷି ସଂଗଠନ ଆଜି କୃଷି ବିଲ୍ (Agriculture Bill) ବିରୋଧରେ ଭାରତ ବନ୍ଦ ଘୋଷଣା କରିଛନ୍ତି। ପଞ୍ଜାବ, ହରିୟାଣା, ୟୁପି, ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରେ କୃଷି ସହ ଜଡିତ ବିଧେୟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ କିସାନ ୟୁନିଅନ ସମେତ ଅନ୍ୟ କୃଷକ ସଂଗଠନ ଏହି ବିଲ୍ ବିରୋଧରେ ବନ୍ଦ ପାଳନ କରୁଛନ୍ତି।
ପ୍ରାୟ ୧୮ ଟି ରାଜନୈତିକ ଦଳର ବିରୋଧ ମଧ୍ୟରେ ସଂସଦରେ ପାରିତ ହୋଇଥିବା ଫାର୍ମ ବିଲକୁ ବିରୋଧ କରିଛନ୍ତି। ପଞ୍ଜାବ ଏବଂ ହରିୟାଣାର ୩୧ ଟି କୃଷକ ସଂଗଠନ ଏହାକୁ ବିରୋଧ କରିସାରିଛନ୍ତି।
କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ (PM Modi) କହିଛନ୍ତି, ସ୍ୱାଧୀନତାର ଅନେକ ଦଶନ୍ଧି ଧରି କୃଷକ ଓ ଶ୍ରମିକଙ୍କ ନାମରେ ଅନେକ ସ୍ଲୋଗାନ ଦିଆଯାଇଥିଲା, ବଡ଼ ଘୋଷଣାପତ୍ର ଲେଖାଯାଇଥିଲା, କିନ୍ତୁ ସମୟ ପ୍ରମାଣିତ କରିଛି ଯେ ସେହି ସବୁ ଜିନିଷ କେତେ ମନଗଢା ଥିଲା। କେବଳ ମନକୁ ଭୁଲାଯାଉଥିଲା। ଦେଶ ବର୍ତ୍ତମାନ ଏହି ସବୁ ଜିନିଷକୁ ଭଲ ଭାବେ ଜାଣିଛି।
ସେ କହିଛନ୍ତି, କୃଷକମାନଙ୍କୁ ଏଭଳି ନିୟମରେ ଜଡିତ ରଖାଯାଇଥିଲା, ଯେଉଁଥିପାଇଁ ସେମାନେ ନିଜ ମନ ଅନୁଯାୟୀ ନିଜ ଉତ୍ପାଦ ବିକ୍ରୟ କରିପାରୁ ନଥିଲେ। ଫଳସ୍ୱରୂପ, ଅମଳ ବୃଦ୍ଧି ସତ୍ତ୍ୱେ ଚାଷୀଙ୍କ ଆୟ ସେତେଟା ବୃଦ୍ଧି ପାଇଲା ନାହିଁ। ହଁ, ସେମାନଙ୍କ ଉପରେ ଋଣ ନିଶ୍ଚିତ ଭାବରେ ବୃଦ୍ଧି ପାଇଲା।
ବିରୋଧୀ ଦଳଗୁଡ଼ିକ ଉପରେ କଡ଼ାପ୍ରହାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ସର୍ବଦା ଚାଷୀଙ୍କୁ ମିଛ କହୁଥିଲେ ଆଜିକାଲି, ସେମାନେ ରାଜନୈତିକ ସ୍ୱାର୍ଥପରତା କାରଣରୁ କୃଷକଙ୍କ କାନ୍ଧରେ ବନ୍ଧୁକ ପକାଇ ନିଜ ଫାଇଦା ପାଇଁ ଗୁଳି ମାରୁଛନ୍ତି। ସେମାନେ କୃଷକମାନଙ୍କୁ ଭ୍ରମରେ ପକାଇବାକୁ ଚେଷ୍ଟା କରୁଛନ୍ତି, ପ୍ରକୃତରେ ଏହି ଲୋକମାନେହିଁ ଗୁଜବ ପ୍ରଚାର କରୁଛନ୍ତି।
Also Read: Agriculture Bills: ବିଜେପିକୁ ଘେରୁ ଘେରୁ ନିଜ ଜାଲରେ ଫସିଗଲା କଂଗ୍ରେସ, ଭିଡିଓ ଭାଇରାଲ
ପ୍ରଥମ ଥର ପାଇଁ ପଞ୍ଜାବର 31 ଟି କୃଷକ ସଂଗଠନ ମିଳିତ ବିରୋଧ ଘୋଷଣା କରିଛନ୍ତି। କୌତୂହଳର କଥା ଅନେକ ପଞ୍ଜାବୀ ଗାୟକ କୃଷକମାନଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ବନ୍ଦକୁ ସମର୍ଥନ କରିଛନ୍ତି।
ଅନ୍ୟପକ୍ଷରେ ବିହାରରେ କୃଷି ବିଲ୍ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି। କୃଷି ବିଲକୁ ବିରୋଧ କରି ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ପାଟନାରେ ଟ୍ରାକ୍ଟର ଚଳାଇ ବିଲ ବିରୋଧରେ ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି।
Also Read: