ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

Share this:

ଫୁଲବାଣୀ : ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିରୋଧରେ ତଥା ବିଶ୍ଵବିଦ୍ୟାଳୟ ଗୁଡିକରେ ଖାଲି ଥିବା ଅଧ୍ୟାପକ ପୂରଣ ଦାବିରେ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଥିଲା।

ଯୁବମୋର୍ଚ୍ଚା ପକ୍ଷରୁ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଶାନ୍ତି ପୁର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣ ଦିଆଯାଇଥିଲା। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ରଂଜିତ ସାହୁଙ୍କ ନେତୃତ୍ଵରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା।

 ବିଜେପି କର୍ମୀ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ଛାତ୍ର ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ପାତ୍ର, ସାଧାରଣ ସମ୍ପାଦକ ରମାନନ୍ଦ ଘଡେଇ ଓ ଆଦିକନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର,ବିପ୍ର ପ୍ରଧାନ, ମୁନା ରଥ, ଶୁଭାସିଶ ମିଶ୍ର, ପ୍ରତାପ ଡାକୁଆଙ୍କ ସମେତ ଅନ୍ୟ କର୍ମିମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Also Read :

ଦେଶର ଭାଗ୍ୟ ଯୁବକମାନଙ୍କ ହାତରେ ଅଛି:ଉପରାଷ୍ଟ୍ରପତି

କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

Share this: