Odisha Covid Cases Today: ଆଜି ଓଡିଶାରୁ ୬୩ କୋଭିଡ ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: Odisha Covid Cases Today ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି। ଗତକାଲି ଅପେକ୍ଷା ଆଜି ପୁଣି ବଢିଛି କରୋନା ସଂକ୍ରମଣ (Odisha Covid Cases)। ରାଜ୍ୟରେ ଗତକାଲି ୪୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୬୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ ୪ଜଣ, ବଲାଙ୍ଗୀରିରୁ ଜଣେ, କଟକରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୪ଜଣ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୩ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ୬ଜଣ, ମୟୂରଭଞ୍ଜରୁ ଜଣେ, ନୟାଗଡରୁ ୪ଜଣ, ନୂଆପଡ଼ାରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୬ଜଣ, ସମ୍ବଲପୁରରୁ ୨ଜଣ, ସୁନ୍ଦରଗଡରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୬ ଲକ୍ଷ ୩୫ ହାଜର ୫୫୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୪ ହଜାର ୭୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୬୬ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୪ ହଜାର ୭୩୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also
- Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
- Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
- Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
- Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
- Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ